ବାପା ସାଜିଲା ସଇତାନ, ଝିଅକୁ ହତ୍ୟା କରି ଫୋପାଡ଼ି ଦେଲା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ଜନ୍ମ କଲା ବାପାଯଦି ହତ୍ୟାକାରୀ ସାଜେ, ତା ହେଲେ ସେ ପିଶାଚ, ସଇତାନଠୁକୌଣସି ଗୁଣରେ କମ୍ ନୁହେଁ । ରାଗର ବଶବର୍ତ୍ତୀ ହୋଇ ପାଞ୍ଚବର୍ଷର ଝିଅକୁ ହତ୍ୟାକରି ଖୋଲା ପଡିଆରେ ପକାଇଦେଲା ନୃଶଂସା ବାପା । ଏପରି ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ । ମୃତ ଶିଶୁ କ୍ୟାର ନାଁ ପୂଜା ମୁଣ୍ଡା । ବାପା ସୋନୁ ମୁଣ୍ଡାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଝିଅଟିକୁ ତାରବାପା ହତ୍ୟା କରିଥିବା ତାର ମାମୁ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ , ଆଜି ସକାଳେ ପଡ଼ିଆ ମଝିରେଝିଅଟିର ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ପୋଲିସକୁ ଖବରଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ ଶିଶୁକନ୍ୟାଟି ସୋନୁର ଝିଅ ବୋଲି ଜଣାପଡିଥିଲା । ଶିଶୁକନ୍ୟାଟିକୁ ତା ବାପା ସୋନୁ ହତ୍ୟା କରିଥିବା ମାମୁ ଅଭିଯୋଗ କରିଥିଲେ । ଏହାପୂର୍ବରୁ ସୋନୁ ନିଜ ଶାଶୁଙ୍କୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons