ମୋଦି ସରକାରଙ୍କ ନେତୃତ୍ୱ ଦେଶକୁ ନୂଆ ଶିଖରକୁ ନେବ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ) : ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂତନ ଶିଖରକୁ ନେବ ବୋଲି ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକି ସାଥ୍, ସବକି ବିକାଶ ଓ ସବକି ବିଶ୍ୱାସର ମନ୍ତ୍ର ନେଇ ମୋଦି ସରକାର କାମ କରୁଛନ୍ତି । ଦେଶର ଗରିବ, ମହିଳା, ଯୁବକ ଓ କୃଷକମାନେ ମୋଦିଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି । ଗରିବଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଆବାସ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ ଦିଆଯାଇଛି । ଏହି କାରଣରୁ ପଶ୍ଚିମବଙ୍ଗରେ ମୋଦିଙ୍କ ଲୋକପ୍ରିୟତା ବଢିଛି ବୋଲି ସେ କହିଛନ୍ତି । କରୋନା ଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରାଯାଇଛି । ତିନିମାସ ପାଇଁ ମାଗଣାରେ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ, ପରିବାର ପିଛା ୧ କେଜି ଡାଲି, ଉଜ୍ଜଳା ଯୋଜନାରେ ଗ୍ୟାସ, ଜନଧନରେ ମହିଳାଙ୍କୁ ଟଙ୍କା, କୃଷକ ସମ୍ମାନ ନିଧିରେ ମାସକୁ ୨ ହଜାର ଟଙ୍କା ସମେତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ସେହିପରି ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୋଦି ସରକାରରେ ଦେଶର ସୀମା ସୁରକ୍ଷିତ ହୋଇଛି । ଶତ୍ରୁକୁ ପରାଜିତ କରିବା ପାଇଁ ସୈନିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ମୋଦିଙ୍କ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons