ଆଇଏଏସ୍ ହେମକାନ୍ତ ନୂଆ ଉପଜିଲ୍ଲାପାଳ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ୨୦୧୭ ବ୍ୟାଚ୍ର ଆଇଏଏସ୍ ଅଫିସର ହେମକାନ୍ତ ସଏ ହେବେ ଜୟପୁରର ନୂଆ ଉପଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆଜି ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୫ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଭାରପ୍ରାପ୍ତ ଏମ୍ଡି ଥିବା ଶ୍ରୀ ସଏଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ସଏ ଉପଜିଲ୍ଲାପାଳ ପଦ ସହ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କିନ୍ତୁ କେବେ ସେ ଦାୟିତ୍ୱ ଗ୍ରହଣ କରିବେ, ସେ ସଂପର୍କରେ ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ ।
ସୂଚନାଥାଉକି, ଆଇଏଏସ୍ ଅଫିସର ହେମକାନ୍ତ ଜୟପୁରରେ ପିଲାବେଳ କଟାଇଥିଲେ । ସହରର ଏକ ହାଇସ୍କୁଲରେ ପାଠ ପଢୁଥିଲେ । ପରେ ପରେ ଭିଡି କଲେଜରେ ଯୁକ୍ତଦୁଇ ବିଜ୍ଞାନ ପଢିଥିଲେ । ଇଞ୍ଜିନିୟରିଂ ପଢିବା ଲାଗି କାନପୁର ଆଇଆଇଟି ଯାଇଥିଲେ । ୨୦୧୧ ମସିହାରେ ସେ ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଜୁନିୟର ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ୨୦୧୫ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯ ନମ୍ବର ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ବାପା ସ୍ୱର୍ଗତ ହିନ୍ଦୁରାମ ମୁଣ୍ଡା ଜୟପୁର ଆକାଶବାଣୀରେ କାମ କରୁଥିଲେ । ତାଙ୍କର ୩ ପୁଅ । ବଡ଼ପୁଅ ଡାକ୍ତର ଓ ସାନପୁଅ ଇଞ୍ଜିନିୟର୍ ଥିବା ବେଳେ ହେମକାନ୍ତ ହେଉଛନ୍ତି ଦ୍ୱିତୀୟ ପୁଅ । ଉଲ୍ଲେଖଥାଉକି, ଜୟପୁରରେ ଏବେ ଉପଜିଲ୍ଲାପାଳ ଭାବେ କାମ କରୁଛନ୍ତି ଲୋକନାଥ ଦଳବେହେରା । ସେହିପରି ପୌର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ଆଲୋକ ରଂଜନ ଦଳବେହେରା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons