ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିର ସହରର ବରପାଲିପଡ଼ା ସ୍ଥିତ ରାଜେନ୍ଦ୍ର କ୍ଲବ ନିକଟରେ ଗତକାଲି ରାତିରେ ବଜ୍ରଘାତରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନେ ତିନି ସାଙ୍ଗ । ଗତକାଲି ରାତି ପ୍ରାୟ ସାଢେ଼ ୧୦ଟା ବେଳେ ଏହି ଘଟଣା ଘଟିଥିଲା । ଏହି ତିନି ସାଙ୍ଗ ରାଜେନ୍ଦ୍ର କ୍ଲବ ନିକଟରେ ଥିବା ଆରଏନସିଦେଓଙ୍କ ସମାଧି ପୀଠରେ ବସି ଗପସପ ହେଉଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ତିନି ଯୁବକ ହେଲେ ବରପାଳିପଡ଼ାର କ୍ଷମାନିଧି ସ୍ୱାଇଁ, ସୁଶୀଲ ପ୍ରଧାନ ଏବଂ ବୀରେନ୍ଦ୍ର ସ୍ୱାଇଁ । ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
Comments are closed, but trackbacks and pingbacks are open.