ଭୁବନେଶ୍ୱରରେ ଆଉ ୬ ପଜିଟିଭ୍ ଚିହ୍ନଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜଧାନୀ ଭୁବନେଶ୍ୱରରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଯ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଆଉ ୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ଜଣାପଡିଛି । ଏନେଇ ଟ୍ୱିଟ୍ କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସୂଚନା ଦେଇଛି । ଏହି ଆକ୍ରାନ୍ତମାନେ ଡୁମୁଡୁମା, ନୂଆପଲ୍ଲୀ, ବାପୁଜୀ ନଗର, ଟଙ୍କପାଣି ରୋଡ୍ ଫରେଷ୍ଟ ପାର୍କ ଅଞ୍ଚଳର ହୋଇଥିବା ବେଳେଜଣେ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୩ଆକ୍ରାନ୍ତ ହେଲେ ଡୁମୁଡୁମା , ନୟାପଲ୍ଲୀ, ଓ ବାପୁଜୀ ନଗର ଅଞ୍ଚଳର । ଡୁମୁଡୁମା ଅଞ୍ଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୨୪ ବର୍ଷ । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି । ସେ ବେଙ୍ଗାଲୁରୁ ଫେରିଥିଲେ । ସେହିପରି ନୂଆ ପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୪୧ ବର୍ଷ । ସେ ଲୋକକତାରୁ ଫେରିଥିଲେ । ବାପୁଜୀ ନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୩୮ ର୍ବେ ସେ ମଧ୍ୟ ଲୋକକାତାରୁ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons