ଲୋକସେବା ଭବନ ପରିସରରୁ ୫ ଫୁଟ ଲମ୍ବର ସାପ ଉଦ୍ଧାର

Get real time updates directly on you device, subscribe now.

ଭୁବନେଶ୍ବର: ଲୋକସେବା ଭବନ ପରିସରରୁ ଉଦ୍ଧାର ହେଲା ସାପ । ଗଛ କୋରଡରୁ ପସି ରହିଥିବା ସାପଟିକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ରବିବାର ସକାଳେ ରାଜ୍ୟ ଲୋକସେବା ଭବନ ପରିସରରେ ଥିବା ଏକ ଗଛରେ ସାପଟି ଚଢିଥିଲା । ଏହି ସମୟରେ ଲୋକସେବା ଭବନ ମୁଖ୍ୟ ଫାଟକରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ସାପଟିକୁ ଦେଖିଥିଲେ । ସାପଟିକୁ ଦେଖି ତୁରନ୍ତ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଗଲା ।
ସ୍ନେକ୍ ହେଲ୍ପ ଲାଇନ୍ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପଟି ଗଛରେ ଥିବା କୋରଡ ଭିତରେ ଗୁଡେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ । ସାପଟି ଏକ ଢମଣା ବୋଲି ଶୁଭେନ୍ଦୁ ଚିହ୍ନଟ କରିଥିଲେ । ସେ ଏକ କାଠି ସାହାଯ୍ୟରେ ସେହି କୋରଡ ଭିତରେ ସାପଟିକୁ ଧୀରେ ଧୀରେ କେଞ୍ଚିବା ପରେ ସାପଟି କୋରଡ ବାହାରକୁ ଚାଲି ଆସିଥିଲା ।
ସାପଟିର ଲମ୍ବ ପ୍ରାୟ ସାଢେ ୫ ଫୁଟ ହେବ ବୋଲି ଜଣାପଡିଛି । ଉଦ୍ଧାର ପରେ ସାପଟିକୁ ସହର ବାହାରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons