ଜଳ, ସ୍ଥଳ, ଆକାଶରେ ଚୀନକୁ ଘେରିବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଚୀନ୍କୁ ଘେରିବାକୁ ଭାରତ ରଣନୀତି ପ୍ରସ୍ତୁତ କରିଛି । ଏଭଳି ସ୍ଥିତିରେ ଆମେରିକା, ରୁଷ, ଇସ୍ରାଏଲ ଓ ଫ୍ରାନ୍ସ ଭଳି ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି ।
ସୀମାକୁ ସ୍ଥଳସେନା ଅଧିକରୁ ଅଧିକ ଯବାନଙ୍କୁ ପଠାଇବାରେ ଲାଗିଛି । ବାୟୁସେନାର ଆଗୁଆ ଘାଟି ଗୁଡ଼ିକରେ ଯୁଦ୍ଧ ବିମାନ ପ୍ରସ୍ତୁତ ରହିଥିବା ବେଳେ ସମୁଦ୍ରପଥରେ ସତର୍କ ରହିବାକୁ ଭାରତୀୟ ନୌସେନାକୁ କୁହାଯାଇଛି । ଭାରତ ମହାସାଗର ଅଞ୍ଚଳରେ ଚୀନ୍ ଉପରେ କଡ଼ା ନଜର ରଖିବାକୁ ଭାରତୀୟ ନୌସେନା ରଣନୀତି ପ୍ରସ୍ତୁତ କରିଛି । ଏଥିପାଇଁ ଆମେରିକା ନୌସେନା ଓ ଜାପାନ ମେରିଟାଇମ୍ ସେଲ୍ଫ ଡିଫେନ୍ସ ଫୋର୍ସ ସହ ମିଶି ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ଯୁଦ୍ଧ୍ୟାଭ୍ୟାସ କରିଛି । ଭାରତ ମହାସାଗର ଓ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଯୁଦ୍ଧଜାହାଜ ଓ ବୁଡ଼ାଜାହାଜ ପାଟ୍ରୋଲିଂ କରୁଥିବାରୁ ତାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଏହି ଯୁଦ୍ଧାଭ୍ୟାସରେ ଭାରତର ନୌଜାହାଜ ଆଇଏନ୍ଏସ୍ ରାଣା ଓ ଆଇଏନ୍ଏସ୍ କୁଲିଶ ସାମିଲ ହୋଇଥିଲା ବେଳେ ଜାପାନର ଜେ.ଏସ୍ କାଶିମା ଓ ଜେ.ଏସ୍. ସିମାୟୁକି ସାମିଲ ହୋଇଥିଲା । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ଅଧିପତ୍ୟ ବୃଦ୍ଧି ପାଉଥିବାରୁ ତାକୁ ରୋକିବା ଲାଗି ଭାରତ ସମେତ ଆମେରିକା, ଫ୍ରାନ୍ସ, ଜାପାନ, ଅଷ୍ଟେ୍ରଲିଆ ନୌସେନା ପକ୍ଷରୁ ମିଳିତ ଭାବେ ସେମାନଙ୍କର ସାମରିକ ଶକ୍ତି ବୃଦ୍ଧି କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପଥରେ ଅନ୍ୟ ରାଷ୍ଟ୍ରର ପ୍ରଭାବକୁ ହ୍ରାସ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଭାରତ, ଜାପାନ, ଆମେରିକା ଓ ଅଷ୍ଟେ୍ରଲିଆକୁ ନେଇ ଗଠନ ହୋଇଥିଲା ଚତୁଦେ୍ର୍ଧଶୀୟ ମେଣ୍ଟ-କ୍ୱାଡ୍ । ଏହି ମେଣ୍ଟରେ ଭାରତୀୟ ନୌବାହିନୀ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଚୀନ୍ ସହ ମୁକାବିଲା ସମୟରେ ଏବେ କ୍ୱାଡକୁ ଅଧିକ ସକ୍ରିୟ କରାଯାଇଛି ।
ଅନ୍ୟପକ୍ଷରେ ଭାରତର ପ୍ରମୁଖ ପ୍ରତିରକ୍ଷା ଯୋଗାଣକାରୀ ଇସ୍ରାଏଲ ଖୁବଶୀଘ୍ର ଭାରତକୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାକୁ ଲଦାଖ ସେକ୍ଟରରେ ମୁତୟନ କରାଯିବ । ଚୀନ୍ ସମ୍ପୃକ୍ତ ଅଞ୍ଚଳରେ ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ ନିୟୋଜିତ କରିଥିବାରୁ ଭାରତ ଏଭଳି ନିଷ୍ପତ୍ତି ନେଇଛି । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ ବେଳେ ସେଠାକାର ସରକାର କିଛି ସପ୍ତାହ ଭିତରେ ଭାରତକୁ ମିସାଇଲ, ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇଦେବ ବୋଲି କହିଛି । ରୁଷ ୧୦୦ କୋଟି ଡଲାରରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଯୋଗାଇଦେବ । ଆମେରିକା ମଧ୍ୟ ଗୁଇନ୍ଦା ସୂଚନା ଓ ଉପଗ୍ରହ ଚିତ୍ର ଯୋଗାଇବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛି । ଯାହାଫଳରେ ସୀମାରେ ଚୀନ୍ର ସମସ୍ତ ସାମରିକ ଗତିବିଧି ଉପରେ ନଜର ରଖାଯାଇପାରିବ । କ’ଣ ସବୁ ଦରକାର ତାହାର ତାଲିକା ଦେବାକୁ ଆମେରିକା ମଧ୍ୟ ଭାରତକୁ ଆମନ୍ତ୍ରଣ କରିଛି ।
ବୁଧବାର ଭାରତ ଓ ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା ହେବ ବୋଲି ଧାର୍ଯ୍ୟ ହୋଇଛି । ଲଦାଖର ଚୁସୁଲ ଠାରେ ଏହି ବୈଠକ ବସିବ । ଭାରତୀୟ ସୀମା ଭିତରେ ପୂର୍ବାହ୍ନ ସାଢେ଼ ୧୦ଟାରେ ହେବାକୁ ଥିବା ବୈଠକରେ ସେନାର ବରିÂ ଅଧିକାରୀ ସାମିଲ ହେବେ । ନିକଟରେ ସୀମାରେ ସଂଘର୍ଷ ପରେ ଏହା ହେବ ଦୁଇ ଦେଶ ମଧ୍ୟରେ ତୃତୀୟ ଆଲୋଚନା ବୈଠକ । ଜୁନ୍ ୨୨ ତାରିଖର ବୈଠକରେ ଭାରତ ପକ୍ଷରୁ ଲେହସ୍ଥିତ ୧୪-କର୍ପସର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଏବଂ ଚୀନର ସାଉଥ ଜିଆଙ୍ଗ ମିଲିଟାରୀ ରିଜନର କମାଣ୍ଡର ମେଜର ଜେନେରାଲ ଲିଉ ଲିନ୍ ଉପସ୍ଥିତ ଥିଲେ । ଏଲଏସି ନିକଟରେ ସମସ୍ତ ଗତବିଧି ଓ ନିର୍ମାଣ ବନ୍ଦ କରିବାକୁ ବୈଠକରେ ସ୍ଥିର ହୋଇଥିଲେ ମଧ୍ୟ ଚୀନ୍ ଏହାକୁ ଏ ପର୍ଯ୍ୟନ୍ତ ପାଳନ କରିନାହିଁ । ଏହା ପୂର୍ବରୁ ଜୁନ୍ ୬ରେ ମଧ୍ୟ ଦୁଇ ଅଫିସରଙ୍କ ମଧ୍ୟ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons