ଟିକ୍ଟକ୍ ସମେତ ୫୯ ଚାଇନା ଆପ୍ ବ୍ୟାନ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଅର୍ଥନୈତିକ ହମ୍ଲା ଆରମ୍ଭ କରିଛି ଭାରତ । ଟିକ୍ଟକ୍ ସମେତ ୫୯ଟି ଚାଇନା ଆପ୍କୁ ଦେଶରେ ବ୍ୟାନ୍ କରାଯାଇଛି । ତଥ୍ୟ ଚୋରି ଅଭିଯୋଗରେ ଏସବୁ ଆପ୍ ଉପରେ କଟକଣା ଲଗାଇଛନ୍ତି ସରକାର । ଏହି ଆପ୍ଗୁଡ଼ିକ ଜରିଆରେ ଚୀନ୍ ଭାରତରୁ ବିପୁଳ ଅର୍ଥ ରୋଜଗାର କରୁଥିଲା ।
କେନ୍ଦ୍ର ଇଲେକ୍ଟେ୍ରାନିକ୍ସ ଓ ଆଇଟି ମନ୍ତ୍ରାଳୟ ଏକ ବିବୃତରେ କହିଛି, ବ୍ୟାନ୍ ହୋଇଥିବା ୫୯ଟି ଆପ୍ର କାର୍ଯ୍ୟକଳାପ ଭାରତର ସାର୍ବଭୌମ ଓ ଏକତା, ପ୍ରତିରକ୍ଷା, ଦେଶର ସୁରକ୍ଷା ଏବଂ ସର୍ବସାଧାରଣଙ୍କ ପ୍ରତି ବିବଦ ସୃଷ୍ଟି କରୁଥିବା ପ୍ରମାଣ ମିଳିଛି । ଏଣୁ ଗୃହ ମନ୍ତ୍ରାଳୟ ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ପରାମର୍ଶକ୍ରମେ ଏସବୁ ଆପ୍କୁ ବ୍ୟାନ୍ କରାଯାଇଛି ।
ଏପରିକି ଏ ଆପ୍ଗୁଡ଼ିକ ମଧ୍ୟରୁ କେତେକ ଜନସାଧାରଣଙ୍କ ଡାଟା ନିରାପତ୍ତା ଓ ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ଆସିଥିଲା । କମ୍ପୁ୍ୟଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍(ସର୍ଟ-ଇନ୍) ମଧ୍ୟ ଏଭଳି ଅନେକ ଅଭିଯୋଗ ସଂଗ୍ରହ କରିଥିବା ସରକାରୀ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଏସବୁକୁ ଦୃଷ୍ଟିରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଆଇଟି ମନ୍ତ୍ରାଳୟ କହିଛି । ଆଜି ବ୍ୟାନ୍ ହୋଇଥିବା ଚାଇନା ଆପ୍ ମଧ୍ୟରେ ଭାରତରେ ବହୁଳ ବ୍ୟବହୃତ ଟିକ୍ଟକ୍ ସହିତ ଜେଣ୍ଡର, ୟୁସି ବ୍ରାଉଜର, ସେୟାର ଇଟ୍ ପ୍ରଭୃତି ରହିଛି ।
ଗଲୱାନରେ ଭାରତୀୟ ଯବାନଙ୍କ ଉପରେ ଚୀନ୍ ସେନାର ବର୍ବର ଆକ୍ରମଣ ପରେ ସରକାର ଏଭଳି କଠୋର ଅର୍ଥନୈତିକ ହମ୍ଲା କରିଛନ୍ତି । ନିକଟରେ କେନ୍ଦ୍ର ସରକାର ଚୀନ୍ରୁ ଆମଦାନି ହେଉଥିବା ବିଭିନ୍ନ କଞ୍ଚାମାଲର ବିକଳ୍ପ ବଜାର ଖୋଜିବାକୁ ଭାରତୀୟ ଶିଳ୍ପଜଗତକୁ ନିଦେ୍ର୍ଧଶ ଦେଇଥିଲେ । ଏପରିକି ଅର୍ଥନୈତିକ କଟକଣା ଲାଗୁ କରିବା ଉଦେ୍ଧଶ୍ୟରେ ଶସ୍ତା ତଥା ନିମ୍ନମାନର ଚାଇନା ସାମଗ୍ରୀର ତାଲିକା ଦେବାକୁ ଦେଶର ପ୍ରମୁଖ ଶିଳ୍ପସଂଘକୁ ଆହ୍ୱାନ ଦେଇଛନ୍ତି ।
ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ମଧ୍ୟରେ ବହୁ ଲୋକପ୍ରିୟ ଟିକ୍ଟକ୍ ଗୁଗୁଲ ପ୍ଲେ ଷ୍ଟୋରରେ ୧୦ ନମ୍ବରକୁ ଖସି ଆସିଛି । ଚୀନ୍ ଏବଂ ଆମେରିକା ପରେ ଭାରତରେ ଟିକ୍ଟକ୍ର ସର୍ବାଧିକ ୟୁଜର ଅଛନ୍ତି । ଟିକ୍ଟକ୍ ଓ ସେୟାର ଇଟ୍ର ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଉପଭୋକ୍ତା ଥିବା ବେଳେ ୟୁସି ବ୍ରାଉଜରର ୫୦ କୋଟିରୁ ଊଦ୍ଧ୍ୱର୍ ଓ ଜେଣ୍ଡରର ୧୦ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ।
ଇଲେକ୍ଟେ୍ରାନିକ୍ସା ଓ ଆଇଟି ମନ୍ତ୍ରାଳୟ ବ୍ୟାନ୍ କରିଥିବା ଅନ୍ୟ ଚାଇନା ଆପ୍ଗୁଡିକ ହେଲା, କେୱାଇ, ବାଇଡୁ ମ୍ୟାପ୍, ଶିନ୍, କ୍ଲାସ୍ ଅଫ୍ କିଙ୍ଗ୍ସ, ଡିୟୁ ବ୍ୟାଟେରି ସେଭର, ହେଲୋ, ଲାଇକି, ୟୁକ୍ୟାମ୍ ମେକ୍ଅପ୍, ମି କମୁ୍ୟନିଟି, ସିଏମ୍ ବ୍ରାଉଜର୍ସ, ଭାଇରସ୍ କ୍ଲିନର, ଏପିୟୁଏସ୍ ବ୍ରାଉଜର, ରୋମ୍ୱି, କ୍ଲବ୍ ଫ୍ୟାକ୍ଟ୍ରି, ନୁ୍ୟଜ୍ ଡଗ୍, ବିଉଟି ପ୍ଲସ୍, ୱିଚାଟ୍, ୟୁସି ନୁ୍ୟଜ୍, କୁ୍ୟକୁ୍ୟ ମେଲ୍, ୱେଇବୋ, କୁ୍ୟକୁ୍ୟ ମୁ୍ୟଜିକ୍, କୁ୍ୟକୁ୍ୟ ନୁ୍ୟଜ୍ଫିଡ୍, ବିଗୋ ଲାଇଭ୍, ସେଲ୍ଫିସିଟି, ମେଲ୍ ମାଷ୍ଟର, ପାରାଲେଲ୍ ସ୍ପେସ୍, ମି ଭିଡିଓ କଲ୍-ସାଓମି, ୱିସିଙ୍କ୍, ଇଏସ୍ ଫାଇଲ୍ ଏକ୍ସପ୍ଲୋରର୍, ଭିଭା ଭିଡିଓ-କୁ୍ୟୟୁ ଭିଡିଓ, ମେଇଟୁ, ଭିଗୋ ଭିଡିଓ, ନୁ୍ୟ ଭିଡିଓ ଷ୍ଟାଟସ୍, ଡିୟୁ ରେକର୍ଡର, ଭଲ୍ଟ-ହାଇଡ୍, କ୍ୟାଚେ କ୍ଲିନର ଡିୟୁ ଆପ୍ ଷ୍ଟୁଡିଓ, ଡିୟୁ କ୍ଲିନର, ଡିୟୁ ବ୍ରାଉଜର, ହାଗୋ ପ୍ଲେ ଉଇଥ୍ ନୁ୍ୟ ଫ୍ରେଣ୍ଡ୍ସ, କ୍ୟାମ୍ସ୍କାନର, କ୍ଲିନ୍ ମାଷ୍ଟର-ଚିତା ମୋବାଇଲ, ୱାଣ୍ଡର କ୍ୟାମେରା, ଫଟୋ ୱାଣ୍ଡର, କୁ୍ୟକୁ୍ୟ ପ୍ଲେୟର, ୱି ମିଟ୍, ସ୍ୱିଟ୍ ସେଲ୍ଫି, ବାଇଡୁ ଟ୍ରାନ୍ସଲେଟ୍, ଭିମେଟ୍, କୁ୍ୟକୁ୍ୟ ଇଣ୍ଟର୍ନ୍ୟାସ୍ନାଲ, କୁ୍ୟକୁ୍ୟ ସିକୁ୍ୟରିଟି ସେଣ୍ଟର, କୁ୍ୟକୁ୍ୟ ଲଞ୍ଚର, ୟୁ ଭିଡିଓ, ଭି ଫ୍ଲାଏ ଷ୍ଟାଟସ୍ ଭିଡିଓ, ମୋବାଇଲ୍ ଲିଜେଣ୍ଡ୍ସ ଏବଂ ଡିୟୁ ପ୍ରାଇଭେସି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons