୬୦୯ କୋଟିରେ ୫ ଶିଳ୍ପ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୬୦୯ କୋଟି ଟଙ୍କାର ୫ଟି ପୁଞ୍ଜିନିବେଶ ପ୍ରସ୍ତାବରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର । ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍ ଓ ଭିତ୍ତିଭୂମି କ୍ଷେତ୍ରକୁ ଆସିଥିବା ଏସବୁ ନିବେଶ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କମିଟି (ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ) ବୈଠକରେ ଅନୁମୋଦନ କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ୧,୪୯୬ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ସୋମବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୧୯ତମ ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ ବୈଠକ ଅନୁÂିତ ହୋଇଥିଲା । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ରାଜ୍ୟକୁ ଆସିଥିବା ବିଭିନ୍ନ ପୁଞ୍ଜିନିବେଶ ପ୍ରସ୍ତାବକୁ ଆଗତ କରିଥିଲେ । ଏହି ପ୍ରସ୍ତାବଗୁଡ଼ିକୁ ମଧ୍ୟରୁ ୬୦୮ କୋଟି ୭୯ ଲକ୍ଷ ଟଙ୍କାର ୫ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ମିଳିଥିବା ସୂଚନା ଅନୁସାରେ ରିଲିଆବଲ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ୨.୫ ନିୟୁତ ଟନ୍ କ୍ଷମତାର ଏକ ଲୁହାପଥର ପୃଥକୀକରଣ ଓ ୨ ନିୟୁତ ଟନ୍ କ୍ଷମତାର ଏକ ପେଲେଟ ପ୍ଲାଣ୍ଟ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବ ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ ବୈଠକରେ ପାରିତ ହୋଇଛି । ପ୍ରସ୍ତାବିତ ପ୍ରକଳ୍ପ ପାଇଁ କମ୍ପାନି ୨୫୦ କୋଟି ଟଙ୍କା ନିବେଶ କରିବ । ଏହା ପ୍ରାୟ ୨୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଗ୍ରୋୱେଲ ଫିଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଏକ ଚିଙ୍ଗୁଡ଼ି ଖାଦ୍ୟ ଓ ମାଛ ଖାଦ୍ୟ ମାନୁଫାକ୍ଚରିଂ ପ୍ଲାଣ୍ଟ ପ୍ରକଳ୍ପକୁ ମଧ୍ୟ ବୈଠକରେ ମୋହର ବାଜିଛି । ୬୫.୮୨ କୋଟି ଟଙ୍କା ବିନିମୟରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପ ୭୦୦ ଲୋକଙ୍କ ପାଇଁ ନିଯୁକ୍ତି ଆଣିବ ।
ଲଜିଷ୍ଟିକ୍ ଓ ଭିତ୍ତିଭୂମି କ୍ଷେତ୍ରରେ ଶ୍ରବଣ ସିପିଙ୍ଗ୍ ସର୍ଭିସେସ୍ର ପୁଞ୍ଜିନିବେଶ ପ୍ରସ୍ତାବ ମଞ୍ଜୁର ହୋଇଛି । କମ୍ପାନି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପରଠାରେ ଏକ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ । ଏଥିପାଇଁ ଶ୍ରବଣ ସିପିଙ୍ଗ୍ ୧୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୫୦ ଲୋକଙ୍କୁ ନିଯୁକ୍ତି ଯୋଗାଇବ ।
ଚିଲିକା ଡିଷ୍ଟିଲରିଜ୍ ୧୧୦ କେଏଲ୍ପିଡି କ୍ଷମତାର ଶସ୍ୟଭିତ୍ତିକ ଡିଷ୍ଟିଲରି ପ୍ଲାଣ୍ଟ ବସାଇବ । ୯୯.୯୭ କୋଟି ଟଙ୍କା ବିନିଯୋଗରେ ପ୍ରତିÂା ହେବାକୁ ଥିବା ଏହି ପ୍ଲାଣ୍ଟ ୧୭୦ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବ । ସେହିପରି ସୋମ ଡିଷ୍ଟିଲରିଜ୍ ଆଣ୍ଡ ବି୍ରୱେରିଜ୍ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ୯୩ କୋଟି ଟଙ୍କା ପୁଞ୍ଜିନିବେଶରେ ୧୨୦ କେଏଲ୍ପିଡି କ୍ଷମତାର ଏକ ଶସ୍ୟ ଭିତ୍ତିକ ଡିଷ୍ଟିଲରି ସ୍ଥାପନ କରିବ । ଏହା ରାଜ୍ୟରେ ୧୨୬ ଜଣଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବ ବୋଲି ବୈଠକରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons