ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବାରୁ ଏପରି ସ୍ଥିତିରେ ପରୀକ୍ଷା କରାଇବା ସମ୍ଭବପର ନୁହେଁ। ତେଣୁ ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ହେବାକୁ ଥିବା ସମସ୍ତ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଛି। କଳା, ବିଜ୍ଞାନ, ବାଣିଜ୍ୟର ବାକିଥିବା ସମସ୍ତ ପରୀକ୍ଷା ବାତିଲ କରାଗଲା। ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ପରୀକ୍ଷା ବାତିଲ ହୋଇଥିବାରୁ CBSE ଢାଞ୍ଚାରେ ମାର୍କିଂ ହେବ। ପିଲାମାନେ ଦେଇଥିବା ପରୀକ୍ଷାର ଆଭରେଜ ଦେଖି ମାର୍କିଂ କରାଯିବ। ଯେଉଁମାନେ ୫ଟି ପରୀକ୍ଷା ଦେଇଥିବେ, ସେମାନଙ୍କୁ ଶ୍ରେଷ୍ଠ ୩ଟିରୁ ଆଭରେଜ ମାର୍କ ଆଧାରରେ ମାର୍କ ଦିଆଯିବ। ଯେଉଁମାନେ ୪ଟି ପରୀକ୍ଷା ଦେଇଥିବେ, ଶ୍ରେଷ୍ଠ ୨ଟି ଦେଖି ଆଭରେଜ ମାର୍କ ଦିଆଯିବ।କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀଙ୍କୁ ଗତ ବର୍ଷର ଶ୍ରେଷ୍ଠ ମାର୍କ ଦେଖି ଆଭରେଜ ମାର୍କ ଦିଆଯିବ। ଯେଉଁମାନେ ମାର୍କରେ ସନ୍ତୁଷ୍ଟ ହେବେନି, କରୋନା ସ୍ଥିତି ଟଳିଲେ ପରୀକ୍ଷା ଦେବେ। ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ ବୋଲି କହିଲେ ମନ୍ତ୍ରୀ
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି। ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ବହୁ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏପରି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଥିବା ବେଳେ ମହାମାରୀକୁ ନଜରରେ ରଖି ପରୀକ୍ଷାକୁ ବାତିଲ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
Comments are closed, but trackbacks and pingbacks are open.