ରାଜ୍ୟରେ ପ୍ଲାଜମାଥେରାପି ଚିକିତ୍ସା ପାଇଁ ଆଗକୁ ଆସିଲେ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟରେ ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା
ଏହି ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି ନିରୁପଣ ପାଇଁ ଏକ ବୈଷୟିକ କମିଟି ଗଠନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ନୂତନ ଚିକିତ୍ସା ପଦ୍ଧତିର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ କେଉଁ ରୋଗୀ ଉପକୃତ ହେବେ ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ । ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ଚାରୋଟି ହସ୍ପିଟାଲରେ ଏହା ଆରମ୍ଭ ହେବ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ ସମେତ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ
ସୂଚନାଯୋଗ୍ୟ, ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ରାଜ୍ୟରେ ରେମେଡିସାଭିୟର ଓ ଫାଭିଫ୍ଲୁ ଔଷଧର ପ୍ରୟୋଗ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜ୍ୟ ଲୋକସେବା ଭାବନରେ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons