ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

Get real time updates directly on you device, subscribe now.

ଜୟପୁର: କୋରାପୁଟ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରିଛି ଭିଜିଲାନ୍ସ । ଏପରିକି ତାଙ୍କ କାରରୁ ମଧ୍ୟ ନଗଦ ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଭିଜିଲାନ୍ସ ଜାଲରେ ଫସିଥିବା କୃଷି ଅଧିକାରୀ ହେଲେ ପ୍ରଦୀପ ମହାନ୍ତି । ନିକଟରେ ତାଙ୍କର ଭୁବନେଶ୍ୱରକୁ ଟ୍ରାନ୍ସଫର୍ ହୋଇଥିଲା । ସେ କାରରେ ଏତେ ମାତ୍ରାରେ ଟଙ୍କା ନେଇ ଆସୁଥିବା ବେଳେ ଜୟପୁର ଘାଟିରେ ଭିଜିଲାନ୍ସ ଟିମ୍ ଚଢାଉ କରି ଧରିଥିଲା । ଧରିବା ପରେ ତାଙ୍କୁ ଜୟପୁର କୃଷି କାର୍ୟ୍ୟାଳୟ ଅଣାଯାଇ ଜେରା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons