ବିଲରେ ଥିବା କୁଡିଆରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ନୟାଗଡ: ନୟାଗଡ ଟାଉନ୍ ଥାନା ଡିଆଁପଡାରେ ଶିଳରେ ଛେଚି ହତ୍ୟା । ମୃତକ ହେଲେ ପ୍ରହଲାଦ ଜେନା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଡିଆଁପଡା ଗଁ।ର ପ୍ରହଲାଦ ଗଁ। ନିକଟ ନିଜ ବିଲରେ ଗୋଟିଏ କୁଡିଆ କରି ଦୀର୍ଘଦିନ ହେଲା ରହୁଥିଲେ । ସେଠାରେ ସେ ପନିପରିବା ଚାଷ କରିବା ସହ ଅନ୍ୟର ବିଲ ଭାଗରେ ଆଣି ଚାଷ କରୁଥିଲେ । ସ୍ତ୍ରୀ ଚାଲିଯିବା ପରେ ବଡପୁଅ ବିବାହ କରି ଶ୍ବଶୁର ଘରେ ବାଲିଗୁଡାରେ ରହୁଥିଲେ । ସାନପୁଅ ଗଁ। ଘରେ ରହୁଥିଲେ ମଧ୍ୟ ବାପାଙ୍କୁ ଚାଷରେ ସହଯୋଗ କରୁଥିଲେ । ପ୍ରହଲାଦ ସେଠାରେ ଦେଶୀ ମଦ ବେପାର କରୁଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ଆଖପାଖର କିଛି ଲୋକଙ୍କୁ ପ୍ରହଲାଦ ଟଙ୍କା ଧାରରେ ଦେଉଥିବା ପରିବାର ଲୋକ କହିଛନ୍ତି ।
ଗତକାଲି ଅପରାହ୍ନରେ ପ୍ରହଲାଦ ସାନପୁଅକୁ ବାଇଗଣ ଫସଲରେ ମେଡିସିନ୍ ପକାଇବାକୁ ସକାଳୁ ଶୀଘ୍ର ଆସିବାକୁ କହିଥିଲେ । ସାନପୁଅ ଜଗନି ଆଜି ସକାଳୁ କୁଡିଆ ଭିତରେ ପ୍ରହଲାଦଙ୍କ ମୃତଦେହ ପଡିଥିବା ଦେଖିଥିଲେ । ପ୍ରହଲାଦଙ୍କ ମୁହଁକୁ କେହି ଶିଳରେ ଛେଚି ଦେଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡୁଛି । ନିକଟସ୍ଥ ପଣ୍ଡୁସର ଗଁ।ର ଜଣେ ବ୍ୟକ୍ତି କିଛିଦିନ ତଳେ ପ୍ରହଲାଦଙ୍କଠାରୁ ୧୦ ହଜାର ଟଙ୍କା ଧାର ନେଇ ୨ ହଜାର ଟଙ୍କା ଫେରାଇଥିଲେ ।
ବାକି ଟଙ୍କା ମାଗିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପ୍ରହଲାଦଙ୍କୁ ଗାଳିଗୁଲଜ କରିଥିଲା ବୋଲି ଜଗନି କହିଛନ୍ତି । ସେହି ବ୍ୟକ୍ତି ବାପାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସେ କହିଛନ୍ତି । ସେପଟେ ଭାଇଙ୍କୁ ୩ରୁ ୪ ଜଣରୁ ଅଧିକା ବ୍ୟକ୍ତି ହତ୍ୟା କରିଥିବା ପ୍ରହଲାଦଙ୍କ ଭାଇ କହିଛନ୍ତି । ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଏବଂ କେତେଜଣ ହତ୍ୟା କରିଛନ୍ତି ସେ ସମ୍ପର୍କରେ ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons