ସୀମାରେ ଚୀନକୁ ମୋଦିଙ୍କ ଚେତାବନୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିସ୍ତାରବାଦର ଯୁଗ ଏବେ ଶେଷ ହୋଇଛି । ବର୍ତ୍ତମାନର ଯୁଗ ହେଉଛି ବିକାଶବାଦ । ଅତୀତ ଇତିହାସରେ ପ୍ରମାଣିତ ହୋଇଛି ଯେ ବିସ୍ତାରବାଦ ଅସ୍ତିତ୍ୱ ହରାଇଛି କିମ୍ବା ତାର ଅନ୍ତ ଘଟିଛି । ଚୀନ୍ର ବିସ୍ତାରବାଦ ନୀତିକୁ କଡା ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି ।
ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ସେନା ମଧ୍ୟରେ ଗତ ଜୁନ ୧୫ ତାରିଖରେ ହୋଇଥିବା ସଂଘର୍ଷକୁ ନେଇ ଉତ୍ତେଜନା ଲାଗି ରହିଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଜି ଅଚାନକ ଲଦାଖ ଗସ୍ତ କରିଥିଲେ । ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କ ସହ ଲଦାଖରେ ପହଞ୍ଚôଥିଲେ । ସେଠାରୁ ସେ ୧୧ ହଜାର ଫୁଟ ଉଚ୍ଚ ତଥା ସିନ୍ଧୁନଦୀ କୂଳରେ ଜନସ୍କର ରେଞ୍ଜ ପରିବେଷ୍ଟିତ ନିମୁ ଫରୱାର୍ଡ ସେନା ଘାଟି ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ସେନା, ବୟୁସେନା ଓ ଆଇଟିବିପି ଯବାନଙ୍କ ସହ ମତ ବିନିମୟ କରିଥିଲେ । ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ଅବସରରେ ସେଠାରେ ଯବାନମାନଙ୍କୁ ୨୬ ମିନିଟ୍ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଗଲୱାନ ଘାଟି ଉପରେ ଭାରତର ପୂରା ହକ୍ ରହିଛି । ଭାରତୀୟ ସେନାର ପରାକ୍ରମ କେବଳ ଶତୁ୍ର ନୁହେଁ, ସମଗ୍ର ବିଶ୍ୱ ଦେଖିଛି । ପୂରା ଲଦାଖରେ ଭାରତୀୟ ସେନାର ପରାକ୍ରମ ଛାଇହୋଇ ରହିଛି । ଲେହ ଓ ଲଦାଖ ଠାରୁ ଆରମ୍ଭ କରି କାର୍ଗିଲ ଓ ସିଆଚେନ ପର୍ଯ୍ୟନ୍ତ, ଏଠାକାର ବରଫ ପାହାଡ ଠାରୁ ଆରମ୍ଭ କରି ଗଲୱାନ ଘାଟିର ଶୀତଳ ପାଣିର ଧାରା ପର୍ଯ୍ୟନ୍ତ ସମସ୍ତ ପଥର, ପାହାଡ, ଜଳ ଓ ମାଟି ଭାରତୀୟ ସୈନିକଙ୍କ ପରାକ୍ରମର ସାକ୍ଷ୍ୟ ବହନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିସ୍ତାରବାଦ ନୀତି ସମଗ୍ର ବିଶ୍ୱର ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଛି । ତାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱ ଏବେ ବିସ୍ତାରବାଦ ବିରୋଧରେ ଏକଜୁଟ ହେବାକୁ ମନ ବଳାଇଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ବିକାଶବାଦର ପ୍ରସଙ୍ଗିକତା ରହିଛି । ଏବେ ବିକାଶବାଦର ସୁଯୋଗ ରହିଛି ଏବଂ ବିକାଶବାଦ ହେଉଛି ଭବିଷ୍ୟତାର ଆଧାର । ବିସ୍ତାରବାଦର ଜିଦି ଯଦି କାହାରି ମୁଣ୍ଡକୁ ଥରେ ଚଢ଼ିଯାଏ ତେବେ ସେ ସମଗ୍ର ବିଶ୍ୱ ପାଇଁ ଅଶାନ୍ତି ଓ ବିପଦ ସୃଷ୍ଟି କରେ । ଇତିହାସରେ ଏହାର ଅନେକ ପ୍ରମାଣ ରହିଛି । ବିସ୍ତାରବାଦ ଶକ୍ତି ପରାଜିତ ହୋଇଛି ନଚେତ ପଛକୁ ହଟିବାକୁ ବାଧ୍ୟ ହୋଇଛି ।
ଭାରତୀୟ ସୈନିକଙ୍କ ସାହସ ଓ ପରାକାÂାକୁ ମୋଦି ପ୍ରଶଂସା କରିଥିଲେ । କହିଥିଲେ ଆଜି ଯେଉଁଭଳି କଠିନ ପରିସ୍ଥିତିରେ ଆପଣମାନେ ଦେଶର ସୁରକ୍ଷା କରୁଛନ୍ତି ବିଶ୍ୱରେ କେହି ତାର ସମକକ୍ଷ ହୋଇପାରିବ ନାହିଁ । ଆପଣ ଯେଉଁଠାରେ ନିୟୋଜିତ ଅଛନ୍ତି ତା ଠାରୁ ବହୁ ଉଚ୍ଚରେ ଆପଣମାନଙ୍କ ସାହସ ଓ ଶକ୍ତି ରହିଛି । ଆପଣମାନଙ୍କ ଇଚ୍ଛାଶକ୍ତି ଆଖପାଖରେ ଥିବା ପର୍ବତ ଭଳି ଅଟଳ । ଆପଣ ଓ ଆପଣଙ୍କ ସାଥୀମାନେ ଏବେ ଯେଉଁ ବୀରତା ଦେଖାଇଛନ୍ତି ତାହା ପୂରା ବିଶ୍ୱକୁ ସନେ୍ଦଶ ଦେଉଛି କି ଭାରତର ତାକତ କେତେ । ଆଜି ପ୍ରତ୍ୟେକ ଦେଶବାସୀଙ୍କ ମୁଣ୍ଡ ଆପଣମାନଙ୍କ ସାମୁଖରେ ଆଦରପୂର୍ବକ ନତମସ୍ତକ ହୋଇ ପ୍ରଣାମ କରୁଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଲଦାଖର ପୂରା ଅଂଶ ଭାରତର ମସ୍ତକ । ୧୪ କୋରର ସାହସୀ ଯବାନଙ୍କ ସାହସ ଓ ବୀରତା ପୂରା ବିଶ୍ୱ ଦେଖିଛି । ଆପଣଙ୍କ ଶୌର୍ଯ୍ୟ ଗାଥା ଏବେ ପ୍ରତି ଘରେ ଗୁଞ୍ଜରିତ ହେଉଛି । ଭାରତ ମାତାର ଶତୁ୍ର ଆପଣଙ୍କ କ୍ରୋଧ ଓ ଆକ୍ରୋଶ ଦେଖିଛି । ଆପଣମାନେ ସେହି ଧରିତ୍ରୀର ବୀର ଯେକି ବହୁ ଆକ୍ରମଣର ମୁହଁତୋଡ ଜବାବ ଦେଇଛନ୍ତି । ଆମେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ ପୂଜା କରୁ । ଆମେ ମଧ୍ୟ ସୁଦର୍ଶନ ଚକ୍ରଧାରୀ ଶ୍ରୀକୃଷ୍ଣଙ୍କୁ ନିଜର ଆଦର୍ଶ ମାନିଥାଉ । ଏହି ପ୍ରେରଣାରୁ ଭାରତ ପ୍ରତିଟି ଆକ୍ରମଣ ପରେ ଅଧିକ ସଶକ୍ତ ଭାବେ ପରିପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଅପରାହ୍ନରେ ପ୍ରଧାନମନ୍ତ୍ରୀ ଲେହ ହସ୍ପିଟାଲରେ ଆହତ ସୈନିକଙ୍କୁ ଭେଟିଥିଲେ ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଜୁନ ୧୫ ତାରିଖରେ ଗଲୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ଏହି ସୈନିକମାନେ ଆହତ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ଆପଣମାନଙ୍କୁ ପ୍ରଣାମ କରୁଛି । ସେହି ମା’ମାନଙ୍କୁ ଶତ ଶତ ପ୍ରଣାମ କରୁଛି ଯେଉଁମାନେ ଆପଣଙ୍କୁ ଜନ୍ମ ଦେଇଛନ୍ତି, ଲାଳନପାଳନ କରିଛନ୍ତି ଏବଂ ଦେଶ ପାଇଁ ସମର୍ପି ଦେଇଛନ୍ତି । ଆମର ଯବାନ ପରାକ୍ରମ ଦେଖାନ୍ତି । ସେମାନେ ଏଭଳି ଶକ୍ତିକୁ ସାମ୍ନା କରନ୍ତି ଯେ ବିଶ୍ୱ ଜାଣିବାକୁ ଚାହେଁ ଏହି ବୀର ଯବାନମାନେ କିଏ? ସେମାନଙ୍କ ଟ୍ରେନିଂ କିଭଳି? ସମଗ୍ର ବିଶ୍ୱ ଆପଣଙ୍କ ବୀରତାକୁ ବିଶ୍ଳେଷଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons