କୋକସରା,(ବି.ବି.ନୁ୍ୟଜ୍): ରାଜ୍ୟ ସରକାର ୫ଟି, ମୋ ସରକାର ଜରିଆରେ ପୁଲିସ ବିଭାଗର ସ୍ୱଚ୍ଛତାକୁ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଚଲାଇଛନ୍ତି । ଏଥିଲାଗି ଥାନାକୁ ବିଭିନ୍ନ ମାମଲାରେ ଆସୁଥିବା ଲୋକଙ୍କୁ ପୁଲିସ କିପରି ବ୍ୟବହାର କରୁଛନ୍ତି, ତାହାର ତଦାରଖ କରୁଛନ୍ତି । ନ୍ୟାୟ ଅପେକ୍ଷାରେ ଥିବା ଲୋକଙ୍କ ସହ ସିଧାସଳଖ କଥା ହୋଇ ସମସ୍ୟା ବିଷୟରେ ବୁଝିବା ସହ ସମାଧାନ ମଧ୍ୟ କରୁଛନ୍ତି । ଜନସାଧାରଣଙ୍କୁ ସେବା ଯୋଗାଇ ଦେବାରେ ଅବହେଳା ପ୍ରଦର୍ଶନ କରୁଥିବା କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ମଧ୍ୟ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ କାର୍ଯ୍ୟରତ ଜଣେ ଏଏସଆଇ କାର୍ଯ୍ୟାନୁÂାନର ସମ୍ମୁଖୀନ ହୋଇଛନ୍ତି । ଏଏସ୍ଆଇ ଜଣକ ହେଲେ ରମେଶ ପଟ୍ଟନାୟକ । ଅଭିଯୋଗ ପରେ ତାଙ୍କୁ ପଦରୁ ନିଲମ୍ବନ କରାଯାଇଛି ।
ସୂଚନାମତେ, ଆମପାଣି ଥାନାରେ ଜମି ବାଡ଼ି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା । ମାମଲାକୁ ନେଇ ଅଭିଯୋଗକାରୀଙ୍କ ନିକଟକୁ ମୋ ସରକାରରୁ ଫୋନ ଆସିଥିଲା । ତେବେ ମାମଲା ରଫାଦଫା ପାଇଁ ଏଏସ୍ଆଇ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗକାରୀ କହିବା ପରେ କଳାହାଣ୍ଡି ଏସ୍ପି ତୁରନ୍ତ ଏହାର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ତଦନ୍ତ ପରେ ଅଭିଯୋଗ ସତ ପ୍ରମାଣିତ ହେବାରୁ ଏଏସ୍ଆଇ ରମେଶ ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.