ଭବାନୀପାଟଣା,(ବି.ବି.ନୁ୍ୟଜ୍): ପହ୍ଲା ସଜ ହୋଇସାରିଥିଲା । ଆସନ୍ତାଲି ପହ୍ଲାରୁଆ ହେବାରଥିଲା । ହେଲେ ଦେଖିଲା ବେଳକୁ ଧାନ ତଳିସବୁ ଗାଈ ଖାଇଯାଇଛି । ଫସଲ ଆରମ୍ଭ ନହେଉଣୁ ଏଭଳି ନଷ୍ଟ ବେହାର ଦେଖି ବାପା ରାଗିଯାଇ ପୁଅକୁ ବହେ ଗାଳିକଲେ । ପୁଅ ଚିହିଁକି ଉଠି ଉତ୍ତର ଫେରାଇଲା । ସାମାନ୍ୟ ବଚସା ଏଭଳି ସ୍ଥିତିରେ ପହଞ୍ଚିଗଲା ଯେ ଉତ୍ୟକ୍ତ ଉତ୍ତ୍ୟକ୍ତ ପୁଅ ବିଷ ପିଇଦେଲା । ଏକମାତ୍ର ପୁଅ ମୃତୁ୍ୟମୁହଁକୁ ଠେଲିହେବା ଦେଖି ଦୁଃଖରେ ବାପା ମ୍ରିୟମାଣ ହୋଇପଡ଼ିଲେ । ପୁଅ ହାତରୁ କୀଟନାଶକ ଛଡ଼ାଇନେଇ ନିଜେ ପିଇଦେଲେ । କିଛିକ୍ଷଣ ମଧ୍ୟରେ ଉଭୟଙ୍କ ପ୍ରାଣବାୟୁ ଉଡିଗଲା । ଏଭଳି ସ୍ପର୍ଶକାତର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ଡୁଟା ଗାଁରେ । କୀଟନାଶକ ପିଇ ଗ୍ରାମର ଦୀନବନ୍ଧୁ ଦାଶ (୬୦) ଏବଂ ତାଙ୍କ ପୁଅ ଜୟ ଦାଶ(୩୦) ପ୍ରାଣ ହାରିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡୁଟା ଗ୍ରାମର ଦୀନବନ୍ଧୁ ନିଜ ଜମିରେ ପହ୍ଲା ପକାଇଥିଲେ । ଆସନ୍ତକାଲି ପହ୍ଲାରୁଆ ହେବାରଥିଲା । ସେଥିପାଇଁ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥିତି ପରଖିବାକୁ ଦୀନବନ୍ଧୁ ନିଜ ବିଲକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚି ଦେଖିଲା ବେଳକୁ ଧାନ ତଳିସବୁ ଗାଈ ଖାଇଯାଇଛି । ପୁଅ ଜୟକୁ ତଳି ଗଜିବା ପାଇଁ ଦାୟିତ୍ୱ ଦେଇଥିଲେ । ମାତ୍ର ତା’ର ଦାୟିତ୍ୱହୀନତା ଯୋଗୁ ରୋଇବାକୁ ଥିବା ପହ୍ଲାର ଏଭଳି ଅବସ୍ଥା ସେ ରାଗିଯାଇଥିଲେ । ଘରକୁ ଫେରି ପୁଅର ଅବହେଳାକୁ ନେଇ ଗାଳି କରିଥିଲେ । ସକାଳୁ କିଛି ଖାଇ ନଥିବା ପୁଅ ବାପାଙ୍କ ଏଭଳି ରାଗଦେଖି ଉତ୍ତର ଫେରାଇ ଦେଇଥିଲା । ତାହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ବାପାଙ୍କ ଗାଳିକୁ ଭୁଲ ବୁଝିଦେଇ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ଜୟ । ଚାଷ କାର୍ଯ୍ୟପାଇଁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ବିଷ ପିଇ ଛାଟିପିଟି ହେବାରେ ଲାଗିଲେ । ଏକମାତ୍ର ପୁଅକୁ କୀଟନାଶକ ଖାଇବା ଦେଖି ଧର୍ଯ୍ୟହରା ହୋଇ ପଡ଼ିଲେ ବାପା ଦୀନବନ୍ଧୁ । ଗୋଟିଏ ବୋଲି ପୁଅ ଚାଲିଗଲେ ନିଜେ ବଞ୍ଚି କ’ଣ କରିବେ ବୋଲି ପୁଅ ହାତରୁ କୀଟନାଶକ ଛଡ଼ାଇ ନିଜେ ପିଇ ଦେଇଥିଲେ । ଏହାଦେଖି ପରବାର ଲୋକେ ତୁରନ୍ତ ଉଭୟଙ୍କୁ ମ.ରାମପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଉଭୟ ବାପପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟଙ୍କ ଶବକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶବଗୃହରେ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ପରିବାରରେ ରୋଜଗାରକ୍ଷମ ବାପପୁଅଙ୍କ ମୃତୁ୍ୟ ପରେ ଜୟଙ୍କ ଦୁଇ ଝିଅ, ପୁଅ, ପନôୀ ଓ ମାଁ ବେସାହାରା ପାଲଟି ଯାଇଛନ୍ତି । ଗାଁରେ ଶୋକର ଛାୟା ଖେଳିଯାଇଛି ।
Comments are closed, but trackbacks and pingbacks are open.