ଦମ୍ପତିଙ୍କ ତଣ୍ଟି କାଟିଦେଲେ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ତଥା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଖଙ୍କର ଗ୍ରାମରେ ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ଘରେ ପଶି କେହି ଦୁର୍ବୃତ୍ତ ଦମ୍ପତିଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଗୁରୁତର ଦମ୍ପତି ହେଲେ ଅଭିମନୁ୍ୟ ବାରିକ (୫୦) ଓ ତାଙ୍କ ପତ୍ନୀ ବନିତା ବାରିକ(୪୬) । ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଶନିବାର ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମ ବସ୍ଷ୍ଟାଣ୍ଡ ନିକଟରେ ଅଭିମନୁ୍ୟ ବାରିକ (୫୦)ଙ୍କ ଘର । ସବୁଦିନ ପରି ଶୁକ୍ରବାର ରାତିରେ ଘରେ ଅଭିମନୁ୍ୟ ଓ ତାଙ୍କର ପତ୍ନୀ ବନିତା ଶୋଇଥିଲେ । କେହି ଦୁର୍ବୃତ୍ତ ଭୋର ପ୍ରାୟ ୪ଟା ସମୟରେ ଘରେ ପଶି ଏକ %ାରୁଆ ଅସ୍ତ୍ରରେ ପ୍ରଥମେ ଅଭିମନୁ୍ୟଙ୍କ ତଣ୍ଟିକୁ କାଟି ପକାଇଥିଲା । ପାଖରେ ଶୋଇଥିବା ବନିତା ଏହାର ପ୍ରତିବାଦ କରିବାରୁ ସେ ମଧ୍ୟ ଦୁର୍ବୃତ୍ତର ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଅଭିମନୁ୍ୟ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ବନିତା ଚିକ୍ରାର କରିବାରୁ ଦୁର୍ବୃତ୍ତ ତାଙ୍କ ସାଇକେଲ ନେଇ ସେଠାରୁ ଫେରାର ହୋଇଯାଇଛି । ବନିତାଙ୍କ ପାଟି ଶୁଣି ସାହି ପଡେ଼ାଶା ଲୋକେ ଘଟଣା ସ୍ଥଳକୁ ଆସି ଦମ୍ପତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଭୟଙ୍କୁ ପ୍ରଥମେ ବରପଦା ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳକୁ ଅଣାଯାଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ ଘଟଣା ସମ୍ପର୍କରେ ପୁଲିସ ନିକଟରେ କୌଣସି ଅଭିଯୋଗ ନଥିବା ଯୋରନ୍ଦା ଫାଣ୍ଡି ପୁଲିସ୍ ସୂତ୍ରରୁ ଜଣାପଡିଛି । ତେବେ ପୁଲିସ୍ ନିଜ ଆଡୁ ଘଟଣା ଉପରେ ନଜର ରଖିଛି । ପାରିବାରିକ କଳହ କିମ୍ବା ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଗ୍ରାମବାସୀ ସନେ୍ଦହ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons