କରୋନା ବେଳେ ବିବାହ ମସ୍ତ: ବର ସମେତ ୫ ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କୋଭିଡ୍ ଆଇନ୍କୁ ଜଳାଞ୍ଜଳି ଦେଇଦେଲେ । ଫୁ କରିଦେଲେ ଜିଲ୍ଲା ପ୍ରଶାସନର ନିୟମକାନୁନ । ବାହାଘରରେ ଚାଲିଲା ନାଚଗୀତର ଧୂମ । ନା କାହା ମୁହଁରେ ଥିଲା ମାସ୍କ, ନା ଥିଲା ସାମାଜିକ ଦୂରତା । ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ୍ ମେ ଫେୟାର୍ରେ ୨ ତାରିଖ ରାତିରେ ବ୍ରହ୍ମପୁରର ଜଣେ ହୋଟେଲ୍ ମାଲିକଙ୍କ ପୁଅର ବାହାଘରରେ ଦେଖିବାକୁ ମିଳିଥିଲା କୋଭିଡ୍ ଆଇନର ଖୋଲା ଉଲଙ୍ଘନ । ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁÂାନ ଗ୍ରହଣ କରଛନ୍ତି । ବର, ବରପିତା, ବରର ବଡ଼ବାପା ଓ ଦୁଇ ଦାଦା ପ୍ରମୁଖ ୫ ଜଣଙ୍କୁ ଗିରଫ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଦୁଇଟି ଗାଡ଼ି ଜବତ ହୋଇଛି । କୋଭିଡ୍ ଆଇନ ଉଲ୍ଲଙ୍ଘନ ଯୋଗୁଁ ହୋଟେଲ୍କୁ ସାତଦିନ ପାଇଁ ସିଲ୍ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ରେ ଜଣାଇଛନ୍ତି । ଗତ ୨ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରର ଏକ ହୋଟେଲ୍ର ମାଲିକ କୃଷ୍ଣ ସାହୁଙ୍କ ପୁତୁରାଙ୍କର ବିବାହ ହୋଇଥିଲା ଗୋପାଳପୁର ହୋଟେଲ୍ ମେ ଫେୟାର୍ରେ । ହୋଟେଲ ପରିସରରେ ନାଚଗୀତର ଭିଡିଓ ଭାଇରାଲ୍ ହୋଇଥିଲା । ପୁରୁଷ ଓ ମହିଳାଙ୍କ ସମେତ ବରଯାତ୍ରୀମାନେ ନାଚୁଥିବାବେଳେ ଗାଡ଼ିରେ ଥିବା ବର ମଧ୍ୟ ନାଚିବା ଦେଖାଯାଇଥିଲା । ହେଲେ ଏସବୁ ଭିତରେ ଦେଖିବାକୁ ମିଳିନଥିଲା ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଭଳି କୋଭିଡ୍ କଟକଣା ପାଳନ । ଭିଡିଓ ଭାଇରାଲ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ବେଶ୍ ସମାଲୋଚନା ହୋଇଥିଲା ।
ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତଙ୍କ ଜିଲ୍ଲା ଗଞ୍ଜାମ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ତାଲିକାରେ ଯୋଡ଼ି ହେଉଥିବାବେଳେ ଜିଲ୍ଲାବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ ରାତି ଦିନ ଏକ କରିଦେଇଛି । ଆବଶ୍ୟକ ନଥିଲେ ବାହାରକୁ ନଯିବା, ସାମାଜିକ ଉତ୍ସବରେ ସୀମିତ ସଂଖ୍ୟକ ବ୍ୟକ୍ତି ଯୋଗଦେବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ନେଇ ପ୍ରତିଦିନ ଏକାଧିକ ଟ୍ୱିଟ୍ କରୁଛନ୍ତି ଜିଲ୍ଲାପାଳ । କିନ୍ତୁ ଦୁଇ ତାରିଖ ରାତିରେ ଉକ୍ତ ବିବାହରେ ସମସ୍ତ, ଆଇନ କଟକଣା ସ୍ୱାହା ହୋଇଯାଇଥିବା ଅନୁମାନ କରାଯାଇଥିଲା ।
ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣାରେ ଦୁଇଟି ଗାଡ଼ି ଜବତ ସହ ୫୦ହଜାର ଟଙ୍କା ଜରିମାନା କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଥମେ ଟ୍ୱିଟ୍ କରି ଜଣାଇଥିଲେ । ପରେ ସନ୍ଧ୍ୟାରେ ହୋଟେଲ୍କୁ କୋଭିଡ୍ ଆଇନ ଉଲ୍ଲଙ୍ଘନ ପାଇଁ ସାତ ଦିନ ସିଲ୍ କରାଯାଇଥିବା ଜିଲ୍ଲାପାଳ ଟ୍ୱିଟ୍ କରିଥିଲେ । ଆଇନର ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବନି ବୋଲି ପ୍ରକାଶ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ । କନିଷି ଆସିଷ୍ଟାଣ୍ଟ ତହସିଲଦାର ଦେବେନ୍ଦ୍ର ସାହୁଙ୍କ ଅଭିଯୋଗ ପ୍ରକାରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି । ଦୁଇଟି କାର୍ ଜବତ କରାଯିବା ସହ ବର ଦୀପକ ସାହୁ, ବାପା କୃଷ୍ଣଚନ୍ଦ୍ର ସାହୁ, ବଡ଼ବାପା ଶିବରାମ ସାହୁ, ଦୁଇ ଦାଦା ବିନୋଦ ସାହୁ ଓ ସନ୍ତୋଷ ସାହୁଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର । ହୋଟେଲ୍ର ଡକୁ୍ୟମେଣ୍ଟ୍ ଜବତ କରାଯିବ ଏବଂ ସିସି କ୍ୟାମେରା ଦେଖାଯିବ । କେତେ ଅତିଥି ଯୋଗ ଦେଇଥିଲେ, କେଉଁମାନେ ନିୟମ ଉଲ୍ଲଘଂନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି । କାର୍ଯ୍ୟାନୁÂାନ ସଂପର୍କରେ ଏସ୍ପି ପିନାକ ମିଶ୍ର ଟ୍ୱିଟ୍ରେ ପ୍ରକାଶ କରିଛନ୍ତି ଯେ, ଉକ୍ତ ବିବାହ ଶୋଭାଯାତ୍ରାରେ ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତ୍ୱ ନରଖିବା ନେଇ କୋଭିଡ୍ ଗାଇଡ୍ଲାଇନ୍ ଉଲଙ୍ଘନ ଯୋଗୁଁ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି । ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇଟି ଗାଡ଼ି ଜବତ ହୋଇଛି ।
ତେବେ ବରର ବଡ଼ବାପା ଶିବରାମ ସାହୁ କହିଛନ୍ତି ଯେ, ଅନୁମତି ଥାଇ ସମସ୍ତ ନିୟମ ପାଳନ କରିଥିଲୁ । ପରିବାର ଲୋକ ୧୨ରୁ ୧୪ ଜଣ ନାଚ କରୁଥିବାବେଳେ କିଛି ସମୟ ପାଇଁ ମାସ୍କ କାଢି ଦେଇଥିଲେ । ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଆୟୋଜକକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି । ତାରକା ହୋଟେଲ୍ରେ ଏତେବଡ଼ ଆୟୋଜନ ହେବା ପର୍ଯ୍ୟନ୍ତ ପ୍ରଶାସନ ଓ ପୁଲିସ କ’ଣ କରୁଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ବିବାହ ଉତ୍ସବକୁ ଅନୁମତି ଦେବା ପରେ ଯଦି ଘଟଣାକ୍ରମ ଉପରେ ନଜର ରଖାଯାଇଥାଆନ୍ତା ତେବେ ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା । କୋଭିଡ୍ ଆଇନ ଉଲ୍ଲଙ୍ଘନ ପରେ ଏବଂ ଗଣମାଧ୍ୟମରେ ଖବର ପ୍ରସାର ପରେ ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁÂାନକୁ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons