ଫାସି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଥାନା ସ୍ତୃରିକ୍ଲେମେସନ କଲୋନୀର ଜଣେ ଯୁବତୀ ନିଜ ବେକରେ ଓଡଶୀ ବାନ୍ଧି ଫ୍ୟାନ୍‌ରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। କଲୋନୀର ଭୁବେନ ସୁନାଙ୍କ ଝିଅ ଡଲିସୁନା ତାଙ୍କ ବୟସ ୨୪ ବର୍ଷ। ଓ ତାଙ୍କ ପୁଅ ଜଗା ସୁନା, ତାଙ୍କ ବୟସ ୨୦ ବର୍ଷ। ପୌରପରିଷଦ ନିକଟରେ ଥିବା ଶାନ୍ତି ବସ୍ତ୍ରାଳୟରେ ସେଲସ୍‌ ମ୍ୟାନ ଭାବେ କାମ କରୁଥିଲେ। ଗତକାଲି ଜଗା ଲୁଗା ଦୋକାନକୁ କାମ କରିବାକୁ ଯାଇଥିବା ବେଳେ ମୋ ଦେହ ଭଲ ନାହିଁ କହି ଡଲି ଅଟକି ରହି ଯାଇଥିଲେ ।ବାପ ଓ ମା ଅନ୍ୟତ୍ର ପଳାଇଗଲା ପରେ ଡଲି କୌଣସି କାରଣ ଯୋଗୁ ଓଡ଼ଣୀର ନିଜ ବେକରେ ଲଗାଇ ଘରେ ଫ୍ୟାନରେ ଫାସି ଦେଇ ଦେଇଥିଲେ। ପରେ ପରିବାର ଲୋକେ ଘରକୁ ଆସି ଦେଖିଲା ବେଳକୁ ଡଲି ଫ୍ୟାନ୍‌ରେ ଝୁଲିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons