୯ରୁ ଗଞ୍ଜାମର ସବୁ ସହରରେ ସଟ୍ଡାଉନ୍

Get real time updates directly on you device, subscribe now.

ବ୍ରହ୍ମପୁର: ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଶଟ୍‌ଡାଉନ୍‌ ରହିବ। ଏହି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ବ୍ରହ୍ମପୁର ମହାନଗ ନିଗ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍‌ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ଶଟ୍‌ଡାଉନ୍‌ ରହିବ। ଏହି ଶଟ୍‌ଡାଉନ୍‌ ସମୟରେ ଘରକୁ ଘର ବୁଲି ସର୍ଭେ କରିବେ ସ୍ୱାସ୍ଥ୍ୟ କର୍ମୀ। ‘କରୋନା’ ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି।
ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଦୈନିକ ୧୫୦ ଲୋକଙ୍କ ସ୍କ୍ରିନିଂ କରିବାକୁ ଟାର୍ଗେଟ୍‌ କରାଯାଇଛି। ବହୁବିଧ ରୋଗାକ୍ରାନ୍ତ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏଥିସହ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମଧ୍ୟ କରାଯିବ। ଗ୍ରୁପରେ ନିୟମିତ ଯୋଗାଯୋଗ ସହ ଟେଲି ମେଡିସିନ ପରାମର୍ଶ ଦିଆଯିବ। ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।ଗଞ୍ଜାମ ଜିଲ୍ଲାରେ ‘କରୋନା’ ଉଗ୍ରରୂପ ଧାରଣ କରିଛି। ଆଜି ସୁଦ୍ଧା ଜିଲ୍ଲାରେ ୨୬୨୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଜଣେ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି। ଜିଲ୍ଲାରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଜିଲ୍ଲାପାଳ ଶଟ୍‌ଡାଉନ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons