ବିଚ୍‌ ରାସ୍ତାରେ ଶିକ୍ଷୟତ୍ରୀଙ୍କୁ ହତ୍ୟା ଘଟଣା

Get real time updates directly on you device, subscribe now.

ଯାଜପୁର: ଯାଜପୁର ରୋଡ଼ ରାଛିପୁରରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ହତ୍ୟାକାଣ୍ଡ ମାମଲା । ଘଟଣାରେ ଅଭିଯୁକ୍ତ ସ୍ବାମୀ ସୌମ୍ୟପ୍ରକାଶ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ୍ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ମଧ୍ୟ ଜବତ କରାଯାଇଛି । ପାରିବାରିକ କଳହକୁ ନେଇ ଆକ୍ରୋଶମୂଳକ ଭାବେ ଅଭିଯୁକ୍ତ ସୌମ୍ୟପ୍ରକାଶ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ପୋଲିସ କହିଛି।
ସୂଚନାଯୋଗ୍ୟ ଯେ, ଜୁଲାଇ ୯ ତାରିଖରେ ଶିକ୍ଷୟିତ୍ରୀ ଯୋଗମାୟା ଜେନା ତାଙ୍କର ଜଣେ ସହକର୍ମୀଙ୍କ ସହ ବାଇକ୍ ଯୋଗେ ସ୍କୁଲରୁ ଘରକୁ ଫେରିବା ସମୟରେ ରାଛିପୁର ଛକ ନିକଟରେ ଉଭୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଉଭୟଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଯୋଗମାୟା ଜେନା ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହକର୍ମୀ ଶିକ୍ଷକ ଜଣକ ଗୁରୁତର ଆହତ ହୋଇଥିଲେ। ତଦନ୍ତ ପରେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ସୌମ୍ୟପ୍ରକାଶଙ୍କୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ୍।
ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ମିଳିଥିବା ସୂଚନା ଅନୁଯାୟୀ ସୌମ୍ୟପ୍ରକାଶ ଓ ଯୋଗମାୟା ପ୍ରେମ ବିବାହ କରିଥିଲେ। ପରେ କୌଣସି କାରଣରୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲାଗି ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons