କରୋନାରେ ବରିÂ ସାମ୍ବାଦିକଙ୍କ ପରଲୋକ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲାରେ କାର୍ଯ୍ୟରତ ବରିÂ ସାମ୍ବାଦିକ କେ.ସି.ଏଚ୍. ରତ୍ନମ୍ଙ୍କ ରବିବାର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେଣୁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ଥିଲା । ହେଲେ ଆଜି ସକାଳେ ତାଙ୍କର ମତୁ୍ୟ ହୋଇଛି ।
ସୂଚନା ଅନୁଯାୟୀ, ସାମ୍ବାଦିକ କେ.ସି.ଏଚ୍ ରତ୍ନମ୍ ଦୀର୍ଘ ୪୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପାରଳାଖେମୁଣ୍ଡିରେ ସାମ୍ବାଦିକତା କରିଆସୁଥିଲେ । ହେଲେ ଶ୍ୱାସକ୍ରୀୟାରେ ଅସୁବିଧା ଓ ଜ୍ୱର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗତ ୭ ତାରିଖରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେ ସୁସ୍ଥ ହୋଇଥିଲେ । ହେଲେ ୧୦ ତାରିଖରେ ପୁଣି ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ରବିବାର ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ଥିଲା । କିନ୍ତୁ ଆଜି ସକାଳେ ରତ୍ନମ୍ଙ୍କ ମୃତୁ୍ୟ ହୋଇଥିବା ହାଇଟେକ୍ ମେଡିକାଲ୍ କଲେଜ ଅଧକ୍ଷ ଡ.ତିରୁପତି ପାଣଗ୍ରାହୀ ସୂଚନା ଦେଇଛନ୍ତି । ତେବେ କୋଭିଡ୍ ନୀୟମ ଅନୁଯାୟୀ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କର ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମୃତୁ୍ୟ ଖବର ଜଣପଡ଼ିବା ପରେ ପାରଳାଖେମୁଣ୍ଡିରେ ଶୋକକୂଳ ପରିବେଶ ଦେଖାଦେଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଜିଲ୍ଲା ବିଜେଡି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ମୋହନା ବିଧାୟକ ଦାଶରଥି ଗାମାଙ୍ଗ, ସିପିଆଇ ଜିଲ୍ଲା ସମ୍ପାଦକ ଜେନସୁବାଷ୍ ଚନ୍ଦ୍ର ରାଓ, ଜିଲ୍ଲା କଂଗ୍ରେସ ସଭାପତି ବିଭୂତି ପାତ୍ର, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ସାମ୍ବାଦିକ ସାମ୍ବାଦିକ ବନ୍ଧୁମାନେ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons