କରୋନାରେ ୩ ଯୋଦ୍ଧାଙ୍କ ମୃତୁ୍ୟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଆଉ ୩ କରୋନା ଯୋଦ୍ଧାଙ୍କ ମୃତୁ୍ୟ ଘଟିଛି । ପ୍ରଥମ କରି ଜଣେ କନଷ୍ଟେବଳଙ୍କ ସମେତ ଜଣେ ପ୍ରଧାନଶିକ୍ଷକ ଓ ଜଣେ ଅଙ୍ଗନବାଡି ସୁପର୍ଭାଇଜର୍ଙ୍କ ମୃତୁ୍ୟ ଘଟିଛି । ଫଳରେ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ୪୦ ହୋଇଛି । ସେଥିରୁ ଜଣେ ସଂକ୍ରମିତଙ୍କ ଅନ୍ୟ ରୋଗରୁ ମୃତୁ୍ୟ ଘଟିଛି । ପୂର୍ବରୁ ୪ ଜଣ କରୋନା ଯୋଦ୍ଧାଙ୍କ ମୃତୁ୍ୟ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ଲଗାତର ଷÂ ଦିନ ପାଇଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଶତକ ଟପିଛି । ଗଞ୍ଜାମରେ ନୂଆ ୨୩୦ ପଜିଟିଭ୍ ଚିହ୍ନଟ ହୋଇଥିବା ରବିବାର ଟ୍ୱିଟର୍ରେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮୬୪ ହୋଇଛି । ସେପଟେ ଜିଲ୍ଲାରେ ଆଉ ୧୦୬ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧୮୫ ହୋଇଛି । ଜିଲ୍ଲାରେ ଆଉ ୧୬୩୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।
ଜିଲ୍ଲାରେ ଗତ କିଛି ଦିନରେ ଆଉ ୩ କରୋନା ଯୋଦ୍ଧାଙ୍କ ମୃତୁ୍ୟ ଘଟିଥିବା ଜିଲ୍ଲାପାଳ ଶୋକବାର୍ତ୍ତା ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଜଣେ ପୁଲିସ କର୍ମଚାରୀଙ୍କ କରୋନାଜନିତ ମୃତୁ୍ୟ ଘଟିଛି । ଆସିକା ଥାନା କୋଟିନଡା ଫାଣ୍ଡିରେ ନିୟୋଜିତ ୫୫ ବର୍ଷ ବୟସ୍କ କନେଷ୍ଟବଲ ଗୋଲକ ନାୟକଙ୍କ କୋଭିଡ୍ ହସ୍ପିଟାଲ୍ରେ ମୃତୁ୍ୟ ଘଟିଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଞ୍ଜାମ ଏସ୍ପି ମୃତକଙ୍କ ପରିବାରକୁ ରବିବାର ଭେଟି ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି । ଏଥିସହ ଆସିକା ବ୍ଲକ୍ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରହରି ବେହେରା ଏବଂ ସାନଖେମୁଣ୍ଡି ବ୍ଲକ୍ ଆଇସିଡିଏସ୍ ଅନ୍ତର୍ଗତ ଅଙ୍ଗନବାଡି ସୁପର୍ଭାଇଜର୍ କେ.ଅଶାନ୍ତ ପାତ୍ରଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ କରୋନା ଯୋଦ୍ଧାଙ୍କ ମୃତୁ୍ୟରେ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମଗ୍ର ଜିଲ୍ଲା ପ୍ରଶାସନ ତରଫରୁ ସମବେଦନା ଜଣାଇବା ସହ ଏହି କୋଭିଡ୍ ଯୋଦ୍ଧାଙ୍କ କର୍ତ୍ତବ୍ୟ ନିÂା, ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଦର୍ଶାଇଛନ୍ତି । ପୂର୍ବରୁ ଜିଲ୍ଲାରେ ୪ କରୋନା ଯୋଦ୍ଧା (୨ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ବ୍ଲକ୍ କନିÂ ଯନ୍ତ୍ରୀ)ଙ୍କ ମୃତୁ୍ୟ ହୋଇଥିବା ଜିଲ୍ଲାପାଳ ଗତ ୬ ତାରିଖରେ ସୂଚନା ଦେଇଥିଲେ ।
ଏହାବ୍ୟତୀତ ଜିଲ୍ଲାରେ ଆଉ ୩ ଜଣଙ୍କ କରୋନାଜନିତ ମୃତୁ୍ୟ ଘଟିଥିବା ରବିବାର ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି । ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ଯେ କି ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ ତାଙ୍କ ଜୀବନ ଯାଇଛି । ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତି ଯେକି ମଧୁମେହରେ ପୀଡିତ ଥିଲେ ଓ ଆଉ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମଧ୍ୟ ମୃତୁ୍ୟ ଘଟିଛି । ଜିଲ୍ଲାରେ ଏହାକୁ ମିଶାଇ ଚଳିତ ମାସରେ ହିଁ ମୃତୁ୍ୟ ସଂଖ୍ୟା ୨୫ ହେଲାଣି । ମେ ୮ ତାରିଖରୁ ଏଯାବତ୍ ୪ ମହିଳା, ୩୬ ପୁରୁଷଙ୍କ ମୃତୁ୍ୟ ହେଲାଣି । ଏମାନଙ୍କ ମଧ୍ୟରେ ରହିଛନ୍ତି ୬୦ ବର୍ଷ ବୟସରୁ ଊଦ୍ଧ୍ୱର୍ ଜଣେ ବୃଦ୍ଧା ଓ ୧୧ ବୃଦ୍ଧ । ସେହିପରି ପ୍ରଶାସନ ଘୋଷଣା ମୁତାବକ ୭ ଜଣ କରୋନା ଯୋଦ୍ଧାଙ୍କ ମହାମାରୀରେ ଜୀବନ ଯାଇଛି ।
ଗଞ୍ଜାମ ଜିଲ୍ଲାରେ ଜୁଲାଇ ପହିଲାରୁ ୧୧ ତାରିଖ ସୁଦ୍ଧା ୨୩୯୧ ଜଣ ସଂକ୍ରମିତ ଠାବ ହେଲେଣି ଯାହା ମେ ଓ ଜୁନ୍ ମାସର ମିଳିତ ପଜିଟିଭ୍ ସଂଖ୍ୟା (୧୪୭୩) ଠାରୁ ୯୧୮ ଅଧିକ । ଜୁଲାଇ ୧୧ରେ ୨୩୦, ୧୦ ତାରିଖରେ ୨୧୮, ୯ ତାରିଖରେ ସର୍ବାଧିକ ୩୨୦, ୮ ତାରିଖରେ ୨୬୦, ୭ ତାରିଖରେ ୨୧୫, ଜୁଲାଇ ୬ରେ ୨୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୫ରେ ୧୬୬, ୪ରେ ୧୧୫, ୩ରେ ୧୧୬, ୨ରେ ୨୮୩, ୧ ତାରିଖରେ ୯୫ ଜଣ ନୂଆ ସଂକ୍ରମିତ ବାହାରିଥିଲେ । ଅର୍ଥାତ୍ ୧୧ ଦିନରୁ ୮ ଦିନ କାଳ ୨ ଶହରୁ ଅଧିକ ସଂଖ୍ୟା ଲେଖାଏଁ ପଜିଟିଭ୍ ବାହାରିଛନ୍ତି । ରାଜ୍ୟର କରୋନା ଗ୍ରାଫ୍ରେ ଦ୍ୱିତୀୟ ସ୍ଥାନରେ ଥିବା ଖୋର୍ଦ୍ଧା ଜିଲ୍ଲା (୧୩୦୭) ଠାରୁ ମଧ୍ୟ ଗଞ୍ଜାମରେ ୨୫୫୭ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ଏଥିରୁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ କେତେ ଭୟଙ୍କର ହୋଇସାରିଛି ତାହାର ସ୍ପଷ୍ଟ । ଖୁବ୍ ଶୀଘ୍ର ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୪ ହଜାର ଛୁଇଁବା ଅନୁମାନ କରାଯାଉଛି ।
ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ୍ କେୟାର୍ ସେଣ୍ଟର୍ (ସିସିସି) ସଂଖ୍ୟା ବୃଦ୍ଧି କରାଯାଉଛି । ଜିଲ୍ଲାରେ ପୂର୍ବରୁ ଗୋଟିଏ କୋଭିଡ୍ ହସ୍ପିଟାଲ୍ (ଶୀତଳାପଲ୍ଲୀ, ୨୦୦ ଶଯ୍ୟା) ଏବଂ ୫ ସିସିସି ଥିଲା । ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ (ବ୍ରହ୍ମପୁର ଉପକଣ୍ଠ) ସିସିସିରେ ୫୦୦, ବ୍ରହ୍ମପୁର ସିସିସିରେ ୫୦ ଶଯ୍ୟା, ଭଞ୍ଜନଗର, ଛତ୍ରପୁର ଓ ହିଞ୍ଜିଳିକାଟୁ ସିସିସିରେ ପ୍ରତ୍ୟେକ ୧୦୦ ଶଯ୍ୟା ରହିଥିଲା । ରବିବାର ସାନଖେମୁଣ୍ଡି ଓ ପାତ୍ରପୁର ବ୍ଲକ୍ରେ ଆଉ ୨ଟି ନୂଆ ସେଣ୍ଟର୍ (ପ୍ରତ୍ୟେକ ୧୦୦ ଶଯ୍ୟା ବିଶିଷ୍ଟ)କୁ ଜିଲ୍ଲାପାଳ ରବିବାର ଉଦ୍ଘାଟନ କରିଛନ୍ତି । ଜିଲ୍ଲାରେ ଦୁଇ ଦିନରେ ଆଉ ୮ଟି ସିସିସି ଖୋଲି ସେଥିରେ ଅଧିକ ୮୫୦ ଶଯ୍ୟା ଉପଲବ୍ଧ କରାଯିବ ବୋଲି ଜିଲ୍ଲାପାଳ ଟ୍ୱିଟର୍ ଜରିଆରେ ସୂଚନା ଦେଇଛନ୍ତି । ଏହାବାଦେ ଜିଲ୍ଲାରେ ପଞ୍ଚାୟତସ୍ତରରେ କୋଭିଡ୍ କେୟାର୍ ହୋମ୍ ମଧ୍ୟ ଖୋଲାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons