ଭବାନୀପାଟଣା,(ବି.ବି.ନୁ୍ୟଜ୍): ସିବିଏସସି ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ପରୀକ୍ଷାରେ ୯୫%ରୁ ଅଧିକ ନମ୍ବର ରକିଥିବା ଛାତ୍ରଛାତ୍ରୀଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାହେଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଲିଙ୍ଗରାଜ ପଣ୍ଡା ମଧ୍ୟ ପିଲାଙ୍କ ସହ ଭାବ ବିନିମୟ କରି ସଫଳତା ଲାଗି ସୁଭେଚ୍ଛା ଜଣାଇଥିଲେ । ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ରାଜ୍ୟସ୍ତରରେ ଦ୍ୱିତୀୟ ଟପ୍ପର ହୋଇଥିବା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆଦର୍ଶ ସ୍କୁଲ ଛାତ୍ର ଭୁବନ ମେହେର, ରେଗଡ଼ା ଆଦର୍ଶ ସ୍କୁଲ ଛାତ୍ର ଆୟୁଶ କେଡିଆଙ୍କ ସହ ଅଧିକାରୀମାନେ ଭାକ୍ରିନିମୟ କରିଥିଲେ । ପରୀକ୍ଷାରେ ଭୁବନ ୯୮.୬% ନମ୍ବର ରଖିଥିବାବେଳେ ଆୟୁଷ କେଡିଆ ସର୍ବାଧିକ ୯୬.୬୬ % ମାର୍କ ରଖଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଉଭୟ ୫ଟି ସଚିବ ଏବଂ ଓଏଭି ପ୍ରକଳ୍ପ ନିଦେ୍ର୍ଧଶ ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ଶିକ୍ଷା ଗ୍ରହଣ, ବିଦ୍ୟାଳୟରେ ଶିକ୍ଷାଦାନ ଓ ଭବିଷ୍ୟତ ଲକ୍ଷ୍ୟ ଉପରେ ବାର୍ତ୍ତାଳାପ କରିଥିଲେ ।
୫ଟି ସଚିବଙ୍କ ସହ ବାର୍ତ୍ତାଳାପ ବେଳେ ଭୁବନଙ୍କ ପାଖରେ ତାଙ୍କ ବାପା ଗୋବର୍ଦ୍ଧନ ମେହେର ଓ ରୁପେଶ୍ୱିନୀ ମେହେର ଉପସ୍ଥିତ ଥିଲେ । ହେିପରି ଆୟୁଷଙ୍କ ନିକଟରେ ବାପା ସୁନୀଲ କେଡିଆ, ମା ରୀନା ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଜ୍ଞାଦୀପ୍ତ ରଥ ଉପସ୍ଥିତ ଥିଲେ । ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ମାତାପିତାଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇ ଶୁଭେଚ୍ଛା ଜଣାଇଥିଲେ ।
Comments are closed, but trackbacks and pingbacks are open.