ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ (୬୭)ଙ୍କର ପରଲୋକ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବାବେଳେ ମୁମ୍ବାଇରେ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତୁ୍ୟରେ ରାଜ୍ୟର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ରାଜ୍ୟ ପ୍ରଶାସନରେ ଜଣେ ଦକ୍ଷ, କର୍ମଠ ଅଫିସର ଭାବେ ପ୍ରିୟବ୍ରତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ସରକାର ତାଙ୍କୁ ଯେତେବେଳେ ଯେଉଁ ବଭାଗର ଦାୟିତ୍ୱ ଦେଇଥିଲେ ସେ ବିଭାଗର ଦାୟିତ୍ୱକୁ ସେ ଅତି ଦକ୍ଷତାର ସହ ନିର୍ବାହ କରିଥିଲେ । ୧୯୭୬ ବ୍ୟାଚ୍ର ଆଇଏଏସ୍ ସ୍ୱର୍ଗତ ପଟ୍ଟନାୟକ ଜଣେ ସାହସୀ ଓ ସଚ୍ଚୋଟ ଜିଲ୍ଲାପାଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଭାବେ ସେ ବହୁ ଚର୍ଚ୍ଚାରେ ଥିଲେ । ପରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ତାଙ୍କର ନିଆରା କାର୍ଯ୍ୟଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବିରେ ରହି ନିଜ ଦାୟିତ୍ୱ ତୁଲାଇବା ସହ ମୁଖ୍ୟ ସଚିବ ପାହ୍ୟାକୁ ଯାଇ ସେ ଚାକିରିରୁ ଅବସର ନେଇଥିଲେ ।
ସ୍ୱର୍ଗତ ପଟ୍ଟନାୟକ ଇଡ୍କୋର ସିଏମ୍ଡି ପଦରେ ଥାଇ ରାଜ୍ୟରେ ଶିଳ୍ପ ବିପ୍ଲବର ନୂଆ ଧାରା ଆରମ୍ଭ କରିଥିଲେ । ଧାମରା ବନ୍ଦର ବିକାଶରେ ତାଙ୍କ ଭୂମିକା ମଧ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ଆଇଏଏସ୍ ମହଲରେ ପ୍ରିୟବ୍ରତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ସେ ଜଣେ ଭଲ ଅଭିନେତା ମଧ୍ୟ ଥିଲେ । ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ସହ ହିଟ୍ ଚଳଚ୍ଚିତ୍ର ‘ଚକାଆଖି ସବୁ ଦେଖୁଛି’ରେ ସ୍ୱର୍ଗତ ପଟ୍ଟନାୟକ ଜିଲ୍ଲାପାଳ ଭୂମିକାରେ ନିଖୁଣ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ବିଧିର ବିଡ଼ମ୍ବନା, ବିଜୟଙ୍କ ପରଲୋକର କେଇ ଘଣ୍ଟା ପରେ ରାଜ୍ୟ ପ୍ରିୟବ୍ରତଙ୍କ ଭଳି ଜଣେ କର୍ତ୍ତ୍ୟବ୍ୟନିÂ ଅବସରପ୍ରାପ୍ତ ଆଇଏଏସଙ୍କୁ ହରାଇଲା । ତାଙ୍କର ପତ୍ନୀ, ୨ ପୁଅ ଓ ଝିଅ ଅଛନ୍ତି । ତାଙ୍କ ପତ୍ନୀ ଏବେ ବିଜେବି କଲେଜରେ ଅଧ୍ୟାପିକା ଥିଲା ବେଳେ ବଡ଼ ପୁଅ ଓ ଝିଅ ଆମେରିକାରେ । ସାନ ପୁଅ ପାଠ ପଢ଼ୁଛନ୍ତି । ସ୍ୱର୍ଗତ ପଟ୍ଟନାୟକଙ୍କ ମର ଶରୀରକୁ ବୁଧବାର ମୁମ୍ବାଇରୁ ଓଡ଼ିଶା ଆଣିବାକୁ ପରିବାର ପକ୍ଷରୁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.