କେବଳ ଶୁଭୁଛି ରାମନାମ୍ ସତ୍ୟହେ

Get real time updates directly on you device, subscribe now.

ଗୁଣପୁର, (ବି.ବି.ନୁ୍ୟଜ୍): ରାତି ପାହିଲେ ଏଠି ପହଞ୍ଚୁଛି କେବଳ ଅଶୁଭ ଖବର । ଶୁଭୁଛି ରାମନାମ୍ ସତ୍ୟହେ ଧ୍ୱନି । ଶ୍ମଶାନରେ ଜୁଇ ଲିଭୁନି । ଅଧାମାସରୁ ଅଧିକ ଦିନ ହେଲା କେବଳ ମୃତୁ୍ୟ ଖବର ଶୁଣି ଶୁଣି ଲୋକେ ଧର୍ଯ୍ୟହରା ହୋଇପଡ଼ିଲେଣି । କେଉଁଦିନ ବୃଦ୍ଧ ତ ଆଉ କେଉଁଦିନ ଭେଣ୍ଡିଆ ଯୁବକ ଚାଲିଯାଉଛନ୍ତି ଆରପାରିକୁ । ଏମିତି କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ଗୁଣପୁର ସହରରେ । ଲୋକେ କହୁଛନ୍ତି, ସହରକୁ ପଡିଛି ଶନି ଦଶା । ଗତ ୧୫ ଦିନରେ ସହର ଭିତରେ ବିଭିନ୍ନ କାରଣରୁ ୧୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ବରିÂ ବ୍ୟବସାୟୀ ଏବଂ ଅନ୍ୟଜଣେ ଯୁବ ଶିକ୍ଷକ । ସେମାନଙ୍କ ବିୟୋଗରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।
ମୃତ ଶିକ୍ଷକଙ୍କ ନାଁ ରାଜୀବ ଦାସ । ବୟସ ୩୮ । ବ୍ଲକ କଲୋନିସ୍ଥିତ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଆଜି ଭୋର୍ ସମୟରେ ଉପଖଣ୍ଡ ଡାକ୍ତରଖାନାରେ ତାଙ୍କ ଦେହାନ୍ତ ହୋଇଛି । ଗତ କିଛିଦିନ ହେଲା ସେ ଜ୍ୱରରେ ଆକ୍ରାନ୍ତ ହୋଇ ଘରେ ଚିକିିତ୍ସିତ ହେଉଥିଲେ । ଆଜି ଭୋର୍ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ରାଜୀବଙ୍କ ଅକାଳ ବିୟୋଗ ଶିକ୍ଷକ ମହଲକୁ ସ୍ତବ୍ଧ କରିଦେଇଛି । ସେହିପରି ଆଜି ଅପରାହ୍ନରେ ସହରର ବରିÂ ବ୍ୟବସାୟୀ ଏମ୍. କ୍ରିଷ୍ଣାରାଓ(୭୧) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହାକୁ ନେଇ ବୈଶ୍ୟ ସମାଜ ଏବଂ ସହରର ବ୍ୟବସାୟୀ ମହଲରେ ଶୋକର ଛାୟା ଖେଳିଯାଇଛି ।
ଚଳିତମାସ ପ୍ରଥମ ସପ୍ତାହରୁ ଲମ୍ବି ଲମ୍ବି ଚାଲିଛି ମୃତୁ୍ୟର ତାଲିକା । ଏ ଭିତରେ ଲିଭିଗଲାଣି ୧୭ ଜଣଙ୍କ ଜୀବନ ଦୀପ । କିଏ କେଉଁ କାରଣରୁ ପ୍ରାଣ ହରାଇଥାନ୍ତୁ ନା କାହିଁକି, ଲଗାତାର ଏଭଳି ଘଟଣା ସହରବାସୀଙ୍କୁ ବିଚଳିତ କରିପକାଇଛି । ଗୋଟିଏ ପଟେ ସହରରେ କରୋନା ପ୍ରକୋପ ବଢିଚାଲିଛି । ଜଣଙ୍କ ପରେ ଜଣେ ପଜିଟିଭ୍ ଚିହ୍ନଟ ହୋଇ ସହର ଭିତରେ ୫୦ ଛୁଇଁଲାଣି ଆକ୍ରାନ୍ତ ସଂଖ୍ୟା । ଏଭଳି ସମୟରେ ଜଣଙ୍କ ପରେ ଜଣଙ୍କ ମୃତୁ୍ୟ ଲୋକଙ୍କ ମନ ଭିତରର ମଞ୍ଜକୁ ଥରାଇ ଦେଉଛି । ଘରୁ ଗୋଡ଼ କାଢିବାକୁ ଲୋକେ ଭୟ କରୁଛନ୍ତି । ଏବେସୁଦ୍ଧା ପ୍ରାଣ ହରାଇଥିବା ସବୁ ଲୋକଙ୍କ କ୍ଷେତ୍ରରେ ଏକପ୍ରକାର ଲକ୍ଷଣ ଦେଖିବାକୁ ମିଳୁଛି । ପ୍ରଥମେ ଅସ୍ୱାଭାବିକତା ଅନୁଭବ କରୁଛନ୍ତି । ଚିକିତ୍ସା ପୂର୍ବରୁ ଚାଲିଯାଉଛି ଜୀବନ । ମୃତକଙ୍କ ପରିବାର ଭିତରୁ କେହି କେହି ଏହାକୁ ହୃଦଘାତଜନିତ, ଗ୍ୟାସଜନିତ ଏବଂ ରକ୍ତଚାପଜନିତ ମୃତୁ୍ୟ ବୋଲି କହୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons