ଜରୀ ତଳେ ବିତୁଛି ଜୀବନ

Get real time updates directly on you device, subscribe now.

ଗୁଡ଼ଭେଲା,(ବି.ବି.ନୁ୍ୟଜ୍): ସମସ୍ତ ଗରିବ ପରିବାରଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଗୃହ ଯୋଗାଇ ଦେଉଛନ୍ତି । ତେବେ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଅଣଦେଖା ଯୋଗୁଁ ଅନେକ ଯୋଗ୍ୟ ଗରିବ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି । ପଲିଥିନ ତଳେ ରହୁଥିବା ଏକ ଅସହାୟ ପରିବାର ମଧ୍ୟ ଆବାସ ଗୃହ ପାଇନପାରିବା ଯୋଜନାର କାର୍ଯ୍ୟକାରିତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସ୍ପଷ୍ଟ ଉଦାହରଣ ହେଉଛି ଗୁଡ଼ଭେଲା ବ୍ଲକ ରୁଷୁଡ଼ା ପଞ୍ଚାୟତ କନେ୍ଦନବାହାଲି ଗାଁର ସୁବଳ ସାହୁଙ୍କ ପରିବାର । ସୁବଳଙ୍କ ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇଝିଅ । ଗରିବ ଶ୍ରେଣୀର ହୋଇଥିବାରୁ କାମଧନ୍ଦା ଅନ୍ୱେଷଣରେ ୨୦ ବର୍ଷିୟ ପୁଅ ତାମିଲନାଡ଼ୁକୁ ଦାଦନ ଖଟି ଯାଇଛି । ଚାଷଜମି ନାହିଁ । ଭଙ୍ଗାଘରେ ଜରୀ ଢାଙ୍କି ଆଶ୍ରୟ ନେଉଛନ୍ତି ସୁବଳର ପରିବାର । ଦିନ ମଜୁରି କାମ କରି ପରିବାର ଚଳାନ୍ତି । କାମ ମିଳିଲେ ଚୁଳି ଜଳେ, ନଚେତ ଭୋକଉପାସରେ ରହିବାକୁ ପଡେ । ଲକଡ଼ାଉନ ପାଇଁ ତାଙ୍କ ପରିବାରର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଘର ଖଣ୍ଡିଏ ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି । ହେଲେ ସୁବଳଙ୍କ ଉପରେ କାହାରି ସୁଦୃଷ୍ଟି ପଡିନି । ଘରଭାଙ୍ଗି ଯାଇଥିବାରୁ ବର୍ଷାପାଣି ଗଳୁଥିବାରୁ ରାତି ଉଜାଗର ରହିବା ସାର ହୋଇଥାଏ । ଦୀର୍ଘ ଦେଢ଼ବର୍ଷ ହେଲା ଘର ପାଇଁ ଆବେଦନ କରିଛନ୍ତି । ଘର ମଧ୍ୟ ଆସିଥିବା କହି ଜନୈକ ସରକାରୀବାବୁ ଆଧାରକାଡର଼୍ ନେଇଥିଲେ କିନ୍ତୁ ଏତେ ସମୟ ବିତି ଯାଇଥିଲେ ମଧ୍ୟ ଘରର ନା ଗନ୍ଧନଥିବା ସୁବଳ କହନ୍ତି । ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ସୁବଳ ସାହୁଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons