ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଗୋଲିଆ ଶତୃଶୋଳ ଗାଁ ମଝିରେ ରବିବାର ସଂଧ୍ୟାରେ ଜଣେ ଯୁବକକୁ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ଏହି ଅ।କ୍ରମଣରେ ଗୋଲିଅ। ଗାଁର ସମୀର କୁମାର ପ୍ରଧାନ ନାମକ ଯୁବକ ଗୁରୁତର ଅ।ହାତ ହୋଇ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ଅ।କ୍ରମଣର ଅସଲ କାରଣ ଜଣାପଡିନଥିବା ବେଳେ ମଦ କାରବାରକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ତେବେ ଦୁଇରୁ ଅଧିକ ଯୁବକ ଖଣ୍ଡାରେ ହାଣି ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଅ।ରମ୍ଭ କରିଛି ।


Comments are closed, but trackbacks and pingbacks are open.