୮ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ

Get real time updates directly on you device, subscribe now.

ପଦ୍ମପୁର: କରୋନା କଟକଣା ବେଖାତିର କରି ଚାଲିଛି ନିଶା କାରବାର। ଦେଶୀ ଚୋରାମଦ କାରବାର ହେଉ କି ଜୁଆ ହେଉ , ବେଧଡକ ଭାବରେ ଚାଲିଛି ବେଆଇନ କାରବାର । ମିଳିଥିବା ଖବର ଅନୁସାରେ ବରଗଡ ଜିଲ୍ଲା ପାଇକମାଲ ପୋଲିସ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ଆଠ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ସେମାନଙ୍କର ନିକଟରୁ ୩୭୦ ଗୋଟି ତାଶ , ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ନଗଦ , ତିନି ଗୋଟି ବାଇକ ସମେତ ଚାରି ଗୋଟି ମୋବାଇଲ ଫୋନ ଜବତ କରିଛନ୍ତି। କୋଭିଡ଼ କଟକଣା ଯୋଗୁଁ , ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରାନଯାଇ ,ଜୁଆଡ଼ି ମାନଙ୍କ ଉପରେ କେଶ ନମ୍ବର117/ | 20 ଧାରା03 OPG ଆକ୍ଟ ରେ ମାମଲା ରୁଜୁକରି ଆଜି ଥାନାରୁ ବେଲରେ ଛାଡି ଦିଆଯାଇଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons