ଚୋରା ମଦ ଚାଲାଣ ବେଳେ ଯୁବକ ଗିରଫ

Get real time updates directly on you device, subscribe now.

ନୀଳଗିରି: ଚୋରା ମଦ ଚାଲାଣ ବେଳେ ଯୁବକ ଗିରଫ। ମିଳିଥିବା ସୂଚନା ଅନୁସାରେ ମୋଟର ସାଇକେଲରେ ମଦ ନେଇ ଯିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ପାଟଶାଣୀପୁର ଗ୍ରାମର ପିତାମ୍ବର ନାମକ ଜଣେ ବ୍ୟକ୍ତି ଏକ ହିରୋହୋଣ୍ଡା ମୋଟର ସାଇକେଲରେ ଦେଶୀ ମଦ ଜବତ କରି ବରମପୁର ଅଂଚଳରୁ ଯାଇଥିବା ବେଳେ ନୀଳଗିରି ଅବକାରୀ ବିଭାଗର ଏକ ଟିମ୍ ହାବୁଡ଼ରେ ପଡିଯାଇଥିଲେ। ତାଙ୍କ ପାଖରୁ ୪୦ ଲିଟର ଦେଶୀ ମଦ ଓ ମୋଟର ସାଇକେଲ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।ଏନେଇ ୩୩ ନମ୍ବର ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons