ଯୁବକଙ୍କୁ ଛୁରା ମାଡ଼: ହସ୍ପିଟାଲରେ ଭର୍ତ୍ତି

Get real time updates directly on you device, subscribe now.

ବାଲିପାଟଣା: ଯୁବକଙ୍କୁ ଛୁରା ମାଡ଼। ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଛୁରୀରେ ମାରଣାତ୍ମକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଯୁବକଙ୍କ ପେଟରୁ ଅନ୍ତ ବୁଜୁଳି ବାହାରି ପଡ଼ିଛି । ଗୁରୁତର ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଅଛି । ବାଲିଅନ୍ତା ବ୍ଲକ ପ୍ରତାପ ଶାସନ ଗ୍ରାମ ପଞ୍ଚାୟତ ପ୍ରଧାନ ସାହିରେ ଘଟିଛି ଘଟଣା । ଗ୍ରାମର ଏକ ପରିବାର ମଧ୍ୟରେ କୌଣସି କାରଣରୁ ଶନିବାର ବିଳମ୍ବିତ ରାତ୍ରିରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳରେ ଯୁବକଙ୍କୁ କେହି ଜଣେ ଛୁରୀ ଭୂଷି ଦେଇଥିଲା । ଛୁରା ମାଡରେ ପୂର୍ଣ୍ଣଚନ୍ଦ୍ର ସାହୁ ଗୁରୁତର ହୋଇଛନ୍ତି । ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଅନ୍ତା ପୋଲିସ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons