ଗାନ୍ଧିବାଦୀ ଅଭିମନୁ୍ୟଙ୍କ ପରଲୋକ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ହୋଇଥିବା ବିଶିଷ୍ଟ ଗାନ୍ଧୀବାଦୀ ନେତା, ଭତରା ଗାନ୍ଧୀ ମନ୍ଦିରର ପ୍ରତିÂାତା ଅଭିମନୁ୍ୟ କୁମ୍ଭାର(୯୨)ଙ୍କ ଭତରା ମଠପାଲି ସ୍ଥିତ ବାସଭବନରେ ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ପରଲୋକ ହୋଇଯାଇଛି । କୋଭିଡ୍ ନିୟମ ଅନୁଯାୟୀ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଖଣୁଆଳ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ପ୍ରମୋଦ ମୁଖାଗ୍ନୀ ଦେଇଥିଲେ । ବାପାଙ୍କ ମୃତ୍ୟ ଖବର ପାଇ ଛତିଶଗଡ଼ରେ ଥିବା ଝିଅ ମଞ୍ଜୁ ମଧ୍ୟ ଏଠାରେ ଆସି ପହଞ୍ଚିଛନ୍ତି । ପୂର୍ବରୁ ସ୍ତ୍ରୀ ଗୌରୀ ୨୦୧୬ ମସିହାରେ ମୃତୁ୍ୟବରଣ କରିଥିଲେ । ସ୍ୱର୍ଗତ କୁମ୍ଭାର ଦୀର୍ଘ ବର୍ଷ ହେଲା ରୋଗରେ ପୀଡିତ ଥିବା ବେଳେ ଗତ ପ୍ରାୟ ଏକ ମାସ ହେଲା ଗାଧୁଆଘରେ ପଡିବା ପରେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଥିଲେ । ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons