ଲକ୍ଡାଉନ୍ରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇ ବଲିଉଡ ଅଭିନେତା ସୋନୁ ସୁଦ ରିୟଲ ଲାଇଫ ହିରୋର ଖ୍ୟାତି ପାଇଛନ୍ତି । ସୋନୁ ବିଦେଶରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ୱଦେଶ ଆଣିବାର ବ୍ୟବସ୍ଥା କରୁଛନ୍ତି । ଏହି କ୍ରମରେ ସେ କିର୍ଗିଜସ୍ତାନରେ ଫସିଥିବା ୨୫୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବାକୁ ଚେଷ୍ଟା ଚଲାଇଛନ୍ତି । ସ୍ପାଇସଜେଟର ୯ଟି ବିମାନରେ ସେମାନେ ଭାରତ ଫେରିବେ । ଏହି ଛାତ୍ରଛାତ୍ରୀଙ୍କ ପାଇଁ ସୋନୁ ଟୁଇଟର ଯୋଗେ ଏକ ବାର୍ତ୍ତା ଜାରି କରିଛନ୍ତି । ସେମାନଙ୍କୁ ଆଣିବାକୁ ଥିବା ବିମାନର ସବିଶେଷ ତଥ୍ୟ ଟୁଇଟ ଯୋଗେ ଦେବା ସହ ଭାରତ ସେମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି । ସୋନୁଙ୍କର ଏହି ମହତ କାମକୁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି । ପ୍ରବାସୀଙ୍କୁ ଘରକୁ ଆଣିବା ବ୍ୟତୀତ ସେ ଅଭାବୀମାନଙ୍କୁ ଆର୍ଥିକ ସହାୟତା କରୁଥିବା ମଧ୍ୟ ଦେଖାଯାଉଛି ।
Comments are closed, but trackbacks and pingbacks are open.