ମହେଶ ଓ କରନଙ୍କ ମ୍ୟାନେଜରଙ୍କୁ ଜେରା

Get real time updates directly on you device, subscribe now.

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ପରଠାରୁ ବଲିଉଡରେ ବିବାଦ ଜୋର ଧରିଛି । ବଲିଉଡରେ ପରିବାରବାଦ କାରଣରୁ ସୁଶାନ୍ତ ଫିଲ୍ମରେ ସୁଯୋଗ ନ ପାଇ ଆତ୍ମହତ୍ୟା କରିଥିବା ଅଭିନେତ୍ରୀ କଙ୍ଗନା ରାନାୱତ ଅଭିଯୋଗ କରିଛନ୍ତି । କଙ୍ଗନା ଏଥି ନିମନ୍ତେ ଖୋଲାଖୋଲି ଭାବେ ଖ୍ୟାତନାମା ନିଦେ୍ର୍ଧଶକ ମହେଶ ଭ; ଏବଂ ପ୍ରଯୋଜକ କରନ ଜୋହରଙ୍କୁ ଦାୟୀ କରିଛନ୍ତି । ଏଣୁ ସୁଶାନ୍ତଙ୍କ ଆତ୍ମହତ୍ୟା ସହ ଏମାନଙ୍କର ସମ୍ପୃକ୍ତି ଜାଣିବା ପାଇଁ ମୁମ୍ବାଇ ପୁଲିସ ମହେଶ ଭ; ଏବଂ କରନ ଜୋହରଙ୍କ ମ୍ୟାନେଜରଙ୍କୁ ଜେରା କରିବା ନିମନ୍ତେ ଡାକିଛି । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମୁମ୍ବାଇ ପୁଲିସ ଆଦିତ୍ୟ ଚୋପ୍ରା ଏବଂ ସଞ୍ଜୟ ଲୀଲା ଭଂସାଲୀଙ୍କର ମଧ୍ୟ ଜେରା କରି ବୟାନ ରେକର୍ଡ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୁଲିସ ୩୭ ଜଣଙ୍କର ଜେରା କରି ବୟାନ ରେକର୍ଡ କରି ସାରିଲାଣି । ଏହାର ସିବିଆଇ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons