ରାଖି ତିଆରି କଲେ ଦୀପିକା

Get real time updates directly on you device, subscribe now.

ଟେଲି ଅଭିନେତ୍ରୀ ଦୀପିକା କକ୍କଡ ଚଳିତବର୍ଷ କରୋନା ପାଇଁ ଘରେ ରହି ନିଜ ହାତରେ ରାଖି ତିଆରି କରିଛନ୍ତି । ସେ ରାଖି ତିଆରି କରୁଥିବା ସମୟର ଏକ ଭିଡିଓ ନିଜ ୟୁଟୁ୍ୟବ ଆକାଉଣ୍ଟରେ ସେୟାର କରିଛନ୍ତି । ନାଲି ସୂତା, ସୋରିଷ ମଞ୍ଜି ଏବଂ ରିବନ ଫିତା ଭଳି କେତେକ ଜିନିଷ ବ୍ୟବହାର କରି ଦୀପିକା ଏହି ରାଖି ପ୍ରସ୍ତୁତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କରୋନା ଯୋଗୁ ବାହାରକୁ ଯାଇ ରାଖି କିଣିବା ସୁରକ୍ଷିତ ହୋଇ ନ ଥିବାରୁ ସେ ଏଭଳି କରିଥିବା କହିଛନ୍ତି । ୟୁଟୁ୍ୟବ ବ୍ୟତୀତ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଦୀପିକା ନିଜ ହାତ ତିଆରି ରାଖିର ଝଲକ ଦେଖାଇଛନ୍ତି । ତାଙ୍କୁ ଏଭଳି ହସ୍ତତନ୍ତ ଜିନିଷ ପ୍ରସ୍ତୁତ କରିବା ସହ ବ୍ୟବହାର କରିବାକୁ ମଧ୍ୟ ଭଲ ଲାଗେ ବୋଲି ସେ ଫ୍ୟାନମାନଙ୍କୁ ଜଣାଇଛନ୍ତି । ତାଙ୍କର ଏହି ପ୍ରୟାସକୁ ଅନେକ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons