ରାତି ଅଧରେ ଗର୍ଭବତୀଙ୍କୁ ମେଡିକାଲରୁ ତଡ଼ି ଦେଲେ

Get real time updates directly on you device, subscribe now.

ରଣପୁର,(ବି.ବି.ବୁ୍ୟରୋ): କରୋନା ଆଳରେ ଅଣ କରୋନା ରୋଗୀଙ୍କୁ ଅଣଦେଖା ନ କରିବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରସବ ନିମନ୍ତେ ମେଡିକାଲ ଯାଇଥିବା ଜଣେ ଗର୍ଭବତୀଙ୍କୁ କରୋନା ହୋଇଥିବ କହି ରାତି ଅଧରେ ତଡ଼ି ଦେବା ପରେ ମହିଳା ଜଣକ ଦୟନୀୟ ପରିସ୍ଥିତିରେ ବସ୍ଷ୍ଟାଣ୍ଡରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ସବୁବେଳେ ଡେଙ୍ଗୁରା ପିଟୁଥିବା ବେଳେ ସ୍ୱାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଲା ବସ୍ ଷ୍ଟାଣ୍ଡରେ । ପ୍ରସୂତି ଜଣକ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର ଖାଁଙ୍କ ପନôୀ ମୟୁରୁମ୍ ବିବି । ଘରେ କେହି ନଥିବା ବେଳେ ଗତକାଲି ମୟୁରୁମଙ୍କ ପ୍ରସବ ବେଦନା ହୋଇଥିଲା । ଫଳରେ ସେ ନିଜେ ଫୋନ କରି ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ । ଏହାପରେ ନିଜ ୧୦ ବର୍ଷର ଝିଅ ସହ ରାଜ ସୁନାଖଲା ମାତୃ ଶିଶୁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ନଥିଲେ । କରୋନା ହୋଇଥିବ କହି ତାଙ୍କୁ ଗତ ରାତିରେ କର୍ମଚାରୀ ମେଡିକାଲରୁ ତଡ଼ି ଦେଇଥିବା କହିଛନ୍ତି ମୟୁରୁମ ।ଏତେ ରାତିରେ କ’ଣ କରିବେ ଭାବି ପ୍ରାୟ ୧ କି.ମି. ଚାଲି ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ ସକାଳୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଉକ୍ତ ସମୟରେ ତାଙ୍କ ନିକଟରେ ନିଜ ୧୦ ବର୍ଷର ଝିଅ ଛଡ଼ା ଆଉ କେହି ନଥିଲେ । ଏତିକିରେ ସରି ନଥିଲା ତାଙ୍କ ଦୁର୍ଦ୍ଧଶା । ଛୁଆ ଓ ମା’କୁ ବାନ୍ଧି ରଖିଥିବା ନାହି ନାଡ଼ କାଟିବା ପାଇଁ ମହିଳା ଜଣକ ବିକଳରେ ବ୍ଲେଡ ମାଗୁଥିଲେ ମଧ୍ୟ ଶୁଣିବାକୁ କାହା ପାଖରେ ସମୟ ନଥିଲା । ଖବର ପାଇଁ ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି କାଳ ବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ କର୍ମଚାରୀ ନାହି ନାଡ଼ କାଟିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମା’ ଛୁଆଙ୍କୁ ରାଜ ସୁନାଖଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେମା’ ଝିଅ ସୁସ୍ଥ ଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons