ଫୁଟ୍ବଲ୍ ଟ୍ରେନିଂ ନେବାକୁ ଆସି ରାସ୍ତାରେ ପଡ଼ିଥିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଣି ବିପଦରେ ସାହା ହୋଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସାହାଯ୍ୟର ହାତ ବଢ଼ାଇ ଭୁବନେଶ୍ୱରରେ ଲକ୍ଡାଉନ୍ ପାଇଁ ଫସିଥିବା କୋରାପୁଟର ୨ ନାବାଳକ ଓ ଜଣେ ଯୁବକଙ୍କୁ ସେମାନଙ୍କ ଘରକୁ ପଠାଇଛନ୍ତି । ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ଜଣେ ପୁଲିସ୍ କର୍ମଚାରୀ । ଓଏସ୍ଏପି ସପ୍ତମ ବାଟାଲିଅନ୍ର ସିପାହୀ ଚିତ୍ତରଞ୍ଜନ ମିଶ୍ର । ଉଭୟଙ୍କ ସହଯୋଗ କ୍ରମେ ମାସେ ତଳେ ଫୁଟ୍ବଲ୍ ଟ୍ରେନିଂ ନେବାକୁ ଆସିଥିବା ୨ନାବାଳକ ଓ ତାଙ୍କର ଜଣେ ସହଯୋଗୀ ୫ଦିନ ହେବ ଘରକୁ ଫେରିଛନ୍ତି । ବଡ଼ କଥା ହେଲା ଉକ୍ତ ଦୁଇ ନାବାଳକଙ୍କ ବୟସ ୧୫ବର୍ଷରୁ କମ୍ । ଦୁହେଁ ଅଷ୍ଟମରେ ପଢ଼ୁଛନ୍ତି । ସେମାନେ ଅଣ୍ଡର୍-୧୫ ଫୁଟ୍ବଲ୍ ଟ୍ରେନିଂ ନେବାକୁ ଆସିଥିଲେ । ବାକି ସହଯୋଗୀ ଜଣକଙ୍କ ବୟସ ୨୫ବର୍ଷ ହେବ । ଲକ୍ଡାଉନ୍ ଭିତରେ ଅର୍ଥାତ୍ ଜୁନ୍ ମାସରେ ଟ୍ରେନିଂ ହେବ ଶୁଣି ଭୁବନେଶ୍ୱର ଆସିଯାଇଥିଲେ କିନ୍ତୁ ପହଞ୍ଚିଲା ପରେ ଜାଣିଲେ ଟ୍ରେନିଂ ବନ୍ଦ ଅଛି । ଶେଷରେ ଗୋଟିଏ ଆପାର୍ଟମେଣ୍ଟରେ ସିକୁ୍ୟରିଟି ରହିଲେ । ସେଠି କିଛି ଦିନ କାମ କରିବା ପରେ ଦରମା ମିଳିଲାନି । ଖାଇବାକୁ ବି ମିଳିଲାନି । ଶେଷରେ ତାକୁ ଛାଡ଼ି ରାସ୍ତାରେ ବସିଥିଲେ । ଲକ୍ଡାଉନ୍ ଡୁ୍ୟଟି ସମୟରେ ସିପାହୀ ଚିତ୍ତରଞ୍ଜନ ନଜରରେ ପଡ଼ିଥିଲା । ସେ ତାଙ୍କୁ ଖାଇବାକୁ ଦେଇ ଏକ ଭିଡିଓ କରି ସାହାଯ୍ୟ ଲାଗି ସବ୍ୟସାଚୀଙ୍କ ପାଖକୁ ପଠାଇଥିଲେ । ଏହାପରେ ସବ୍ୟସାଚୀ ଆସି ତାଙ୍କୁ ସହାୟତା ଯୋଗାଇ ଦେବା ସହ ବସ୍ରେ ଟିକେଟ୍ କାଟି କୋରାପୁଟ ପଠାଇ ଦେଇଛନ୍ତି ।
ସବ୍ୟସାଚୀ କହିଛନ୍ତି, ନିଜ ସ୍ୱପ୍ନକୁ ସାକାର କରିବାକୁ ୨ନାବାଳକ ତାଙ୍କ ସାଥୀଙ୍କ ସହ ଆସିଥିଲେ । ହେଲେ ସ୍ୱପ୍ନ ତ ତା’ ବାଟରେ ଗଲା ଏମାନେ ଫସିଗଲେ । ଯାହା ବି ହେଉ ଭଗବାନ ତାଙ୍କୁ ଭଲରେ ଘରକୁ ଫେରାଇ ନେଇଛନ୍ତି । ସିପାହୀ ଚିତ୍ତରଞ୍ଜନ କହିଛନ୍ତି, ଜୟଦେବ ବିହାର ଓଭରବ୍ରିଜ୍ ଛକରେ ଲକ୍ଡାଉନ୍ ଡୁ୍ୟଟି କଲା ସମୟରେ ୩ଜଣଙ୍କୁ ରାସ୍ତାରେ ବସିଥିବା ଦେଖିଥିଲି । ପରେ ସେମାନେ ଆସି ନିଜ ଦୁଃଖ ଜଣାଇଲା ପରେ ଜାଣିଲି ୨ଦିନ ହେଲା ଖାଇନାହାନ୍ତି । ପରେ ତାଙ୍କୁ ୨ଦିନ ଖାଇବାକୁ ଦେଇ ଘରକୁ ପଠାଇବାର ବ୍ୟବସ୍ଥା କଲି । ସେମାନଙ୍କ ଭିଡିଓ କରି ଫେସ୍ବୁକ୍ରେ ପୋଷ୍ଟ କରି ସବ୍ୟସାଚୀଙ୍କ ସହାୟତା ଲୋଡ଼ିଲେ । ଶେଷରେ ସେମାନେ ସୁବିଧାରେ ଯାଇ ଘରେ ପହଞ୍ଚି ପାରିଛନ୍ତି ।
୨ଦୁଇ ନାବାଳକ ଫୁଟ୍ବଲ୍ ଖେଳାଳିଙ୍କ ମଧ୍ୟରୁ ଜଣେ କହିଛନ୍ତି, ଆମ ଘର ମୁଣ୍ଡାଗୁଡ଼ା । କୋରାପୁଟ ସହରଠାରୁ ୫୦କିମି, ଜୟପୁର ଷ୍ଟେସନ୍ଠାରୁ ୪୦କିମି । ଘରେ ବାପା, ମା’ ମୂଲ ଲାଗନ୍ତି । ଦିନିକିଆ ମଜୁରିରେ ଘର ଚଳେ । ଏତେସବୁ ଅଭାବ ସତ୍ତେ୍ୱ ଫୁଟ୍ବଲ୍ ଖେଳି ଆସୁଛୁ । ସ୍ୱପ୍ନ ଅଛି ବଡ଼ ଖେଳାଳି ହେବୁ । ସେଥିପାଇଁ ଭୁବନେଶ୍ୱରରେ ଏକ ଏକାଡେମୀରେ ଟ୍ରେନିଂ ନେବାକୁ ଆସିଥିଲୁ । ପୂର୍ବରୁ ୨ଥର ଆସିଥିଲୁ । ଏଥର ଅଣ୍ଡର୍-୧୫ ଫୁଟ୍ବଲ୍ ଟ୍ରେନିଂ ହେବାର ଥିଲା । ସ୍କୁଲ ଛୁଟି । ତେଣୁ ଜୁନ୍ ୨୫ବେଳକୁ ଭୁବନେଶ୍ୱର ଆସିଥିଲୁ । ଟ୍ରେନିଂ ଏକାଡେମୀରେ ପହଞ୍ଚିଲା ପରେ ଶୁଣିଲୁ ଲକ୍ଡାଉନ୍ ପାଇଁ ବନ୍ଦ । ପାଖରେ ଯୋଗାଯୋଗ କରିବାକୁ କିଛି ସୁବିଧା ନଥିଲେ । ଏବେ କୋଚ୍ ଆମକୁ ନମ୍ବର ଦେଇଛନ୍ତି । ଆଗକୁ ଆଉ ସେ ଭୁଲ୍ ହେବନି । ତଥାପି ଯେତେବେଳେ ସବୁ ବନ୍ଦ କ’ଣ କରିବୁ କିଛି ବୁଦ୍ଧି ପଶିଲାନି । ଶେଷରେ ରସୁଲଗଡ଼ ପାଖରେ ନୂଆକରି ତଆରି ହେଉଥିବା ଆପାର୍ଟମେଣ୍ଟରେ ସିକୁ୍ୟରିଟି କାମ କଲୁ । ସେଠି ସେମାନେ ବୟସ କମ୍ ଥିବାରୁ କାମ ଦେବାକୁ ମନା କଲେ । ପରେ କିଛିଦିନ କାମ କରିବାକୁ କହିଲେ । କିନ୍ତୁ ଖାଇବାକୁ ଦେଲାନି କି ଦରମା ଦେଲେନି । ବାଧ୍ୟରେ ଘରକୁ ଯିବୁ ଭାବି ଜୟଦେବ ବିହାର ପାଖରେ ବସିଥିଲୁ । ସେଠି ପୁଲିସ୍ କର୍ମଚାରୀ ଚିତ୍ତବାବୁ ଦେଖାହେଲେ । ତାଙ୍କୁ ସବୁ କଥା କହିବା ପରେ ସେ ସବ୍ୟସାଚୀ ଭାଇଙ୍କୁ କହି ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons