ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହେଲା

Get real time updates directly on you device, subscribe now.

ଅଯୋଦ୍ଧା: ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଧର୍ମର ଲୋକମାନେ ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଖିବା ସ୍ୱପ୍ନ ଶେଷରେ ସାକାର ହେବାକୁ ଯାଉଛି । ରାମ ଜନ୍ମ ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଭୂମି ପୂଜନ ରୀତି ନୀତିରେମୋଦି ଉପସ୍ଥିତ ରହିଥିଲେ । ଏହାପରେ ପୁଷ୍ପାଞ୍ଜଳୀ ଦେଇ ସେ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୂପାର ଇଟା ବ୍ୟବହାର କରାଯାଇଛି । ରାମ ଜନ୍ମ ଭୂମି ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ରୂପା ଇଟା ସ୍ଥାପନ କରାଯାଇଛି । ଶିଳାନ୍ୟାସ ବେଳେ ସ୍ୱତନ୍ତ୍ର କୀର୍ତ୍ତନ କରାଯାଇଛି । ଭୂମି ପୂଜନ ବେଳେ ୯ଟି ଇଟା ମଣ୍ଡପରେ ରଖାଯାଇଥିଲା । ୧୯୮୯ ରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ଭକ୍ତମାନେ ଏହି ଇଟା ପଠାଇଥିଲେ । ପ୍ରାୟ ୨ଲକ୍ଷ ୭୫ ହଜାର ଇଟା ଖଣ୍ଡ ମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖା ଯାଇଛି । ଏହାକୁ ମଧ୍ୟ ପୂଜା ମଣ୍ଡପରେ ରଖାଯାଇଥିଲା । ଭୂମି ପୂଜନ ଶିଳାନ୍ୟାସ ପରେ ମୋଦି ସ୍ୱତନ୍ତ୍ର ପୂଜା ମଧ୍ୟ କରିଛନ୍ତି । ଏହାପରେ ସେ ସଭାସ୍ଥଳରେ ଉପସ୍ଥିତ ସାଧୁସନ୍ଥ୍ଙ୍କୁ ଉଦବୋଧନ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons