୮ ଦିନର ପୁଅକୁ ୨ ହଜାରରେ ବିକିଲା ବାପା

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ଆଠ ଦିନର ପୁଅକୁ ୨ ହଜାର ଟଙ୍କାରେ ବିକିଦେଲା ବାପା । ଖଜୁରିପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର ବୁଡୁପଡ଼ା ଗ୍ରାମର ଜଗଦୀଶ ଦିଗାଲ ଫୁଲବାଣୀର ଚିତ୍ରକୁଟ ସାହିରେ ରହୁଥିବା ଏକ ନିଃସନ୍ତାନ ଦମ୍ପତିକୁ ନିଜର ପୁଅକୁ ବିକ୍ରି କରିଥିବା ଭିଯୋଗ ହୋଇଛି । ତେବେ ଅଭିଯୋଗ ପାଇବା ପରେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରିଛି । ଶିଶୁଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିବାେବେଳ ଘଟଣା ସମ୍ପର୍କରେ ଡିସିପିଓ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଖଜୁରିପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର ବୁଡୁପଡ଼ା ଗ୍ରାମର ଜଗଦୀଶ ଦିଗାଲଙ୍କର ପ୍ରମୋଦିନୀଙ୍କ ସହ ୧୦ ବର୍ଷ ତଳେ ବିବାହ ହୋଇଥିଲା । ତାଙ୍କର ୯ ବର୍ଷର ପୁଅଟିଏ ଅଛି । ଗତ ୮ ଦିନ ତଳେ ଆଉ ଏକ ପୁଅ ଜନ୍ମ ହୋଇଥିଲା । ତେବେ ପ୍ରମୋଦିନୀ ମାନସିକ ବିକୃତ ରୋଗରେ ପୀଡ଼ିତ ଥିବା ଗାଁ ଲୋକ କହିଛନ୍ତି । ଗତ ୨ ତାରିଖରେ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ । ଏହି ସମୟରେ ପ୍ରମୋଦିନୀ କୁଆଡେ଼ ଚାଲି ଯାଇଥିଲେ । ସକାଳେ ଶିଶୁର କାନ୍ଦ ଶୁଣି ଜଗଦୀଶ ଉଠି ପ୍ରମୋଦିନୀ ନଥିବା ଦେଖି ଖୋଜାଖୋଜି କରିଥିଲେ । କିନ୍ତୁ କେଉଁଠି ପାଇ ନଥିଲେ । ଏତିକି ବେଳେ ଜଣେ ସମ୍ପର୍କୀୟ ଆସି ଶିଶୁଟିକୁ ଫୁଲବାଣୀ ଚିତ୍ରକୁଟ ସାହିରେ ରହୁଥିବା ଏକ ନିଃସନ୍ତାନ ଦମ୍ପତିଙ୍କୁ ଦେଇ ଦେବାକୁ କହିଥିଲେ । ତାଙ୍କ କଥାରେ ଜଗଦୀଶ ଶିଶୁଟିକୁ ଉକ୍ତ ଦମ୍ପତିଙ୍କୁ କୁଆଡେ଼ ୨ ହଜାର ଟଙ୍କାରେ ବିକ୍ରି କରିଥିଲେ ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି । ଏନେଇ ଚାଇଲ୍ଡଲାଇନ ଅଭିଯୋଗ ପାଇବା ପରେ ଡିସିପିଓ ରଶ୍ମିତା କରଣ ଓ ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ । ଡିସିପିଓଙ୍କ ନିଦେ୍ର୍ଧଶରେ ପୁଲିସ ଉପସ୍ଥିତିରେ ଚାଇଲ୍ଡ ଲାଇନ୍ ଶିଶୁକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଚାଇଲ୍ଟଲାଇନ ଇନଚାର୍ଜ ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ଶିଶୁ ବର୍ତ୍ତମାନ ଏସ୍ଏନ୍ସିୟୁରେ ଚିକିିତ୍ସିତ ହେଉଥିବା ସେ କହିଛନ୍ତି । ଏନେଇ ଖଜୁରିପଡ଼ା ଥାନାରେ ଅଭିଯୋଗ ହୋଇଥିବା ସେ କହିଛନ୍ତି । ତେବେ ଚାଇଲ୍ଡଲାଇନର ଅଭିଯୋଗ ପାଇ ଶିଶୁକୁ ଉଦ୍ଧାର କରିବାକୁ ପୁଲିସ୍ ଯାଇଥିଲା ବୋଲି ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons