ସିବିଆଇ ହାତରେ ସୁଶାନ୍ତ ମାମଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ତଦନ୍ତ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ) କରିବ । ବିହାରର ନୀତୀଶ କୁମାର ସରକାର କରିଥିବା ସୁପାରିସକୁ କେନ୍ଦ୍ର ଗ୍ରହଣ କରିନେଇଛି । ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏହାପରେ ସିବିଆଇ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି । ସେପଟେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ଏହି ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବା ପାଇଁ ସମନ ଜାରି କରିଛି । ରିୟାଙ୍କ ଦ୍ୱାରା କିଣାଯାଇଥିବା କିଛି ରିୟଲ ଇଷ୍ଟେଟ୍ ସମ୍ପତ୍ତି ବାବଦରେ ଜେରା କରିପାରେ ଇଡି ।
ସୁଶାନ୍ତଙ୍କ ମୃତୁ୍ୟ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବା ପରେ ତାଙ୍କ ପରିବାର, ଶୁଭଚିନ୍ତକ ଏବଂ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଛି । ସୁଶାନ୍ତଙ୍କ ମୃତୁ୍ୟକୁ ଇତିମଧ୍ୟରେ ଦୁଇମାସ ପୂରିବାକୁ ଯାଉଥିବା ବେଳେ ମୃତୁ୍ୟର କାରଣ ଏବେ ବି ସ୍ପଷ୍ଟ ହୋଇପାରି ନାହିଁ । ତଦନ୍ତକୁ ନେଇ ବିହାର ଓ ମୁମ୍ୱାଇ ପୁଲିସ ମଧ୍ୟରେ ବିବାଦ ବଢ଼ିବାରୁ ଏହାକୁ ଶେଷରେ ସିବିଆଇ ହାତକୁ ଦିଆଯାଇଛି । ଜୁନ ୧୪ରେ ସୁଶାନ୍ତ ମୁମ୍ୱାଇସ୍ଥିତ ନିଜ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ମାମଲା ସିବିଆଇ ହାତକୁ ଦିଆଯାଇଥିବା ନେଇ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ବିହାର ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିବା ସେ କହିଥିଲେ । ଏମିତି କି ରିୟା ଚକ୍ରବର୍ତ୍ତୀ ମଧ୍ୟ ସିବିଆଇ ତଦନ୍ତ ଦାବି କରିଥିଲେ ବୋଲି ମେହଟ୍ଟା ଦର୍ଶାଇଥିଲେ । ରିୟାଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି ବେଳେ ମେହଟ୍ଟା ଏସବୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ମାମଲା ପାଟନାରୁ ମୁମ୍ୱାଇ ସ୍ଥାନାନ୍ତର ପାଇଁ ରିୟା ଏହି ପିଟିସନ କରିଛନ୍ତି ।
ରିୟାଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ବିହାର ଓ ମହାରାଷ୍ଟ୍ର ସରକାର ଏବଂ ସୁଶାନ୍ତଙ୍କ ପିତା କେ କେ ସିଂହଙ୍କୁ ନୋଟିସ ଜାରି କରିଛନ୍ତି । ୩ ଦିନ ମଧ୍ୟରେ ନୋଟିସର ଜବାବ ଦେବା ଲାଗି ନିଦେ୍ର୍ଧଶ ଦେଇଛନ୍ତି । ସପ୍ତାହେ ପରେ ମାମଲାର ପୁଣି ଶୁଣାଣି ହେବ ବୋଲି କୁହାଯାଇଛି । ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାର କହିଥିଲେ ଯେ ସୁଶାନ୍ତଙ୍କ ମୃତୁ୍ୟ ମାମଲାର ତଦନ୍ତ ପାଟନା ପୁଲିସ କ୍ଷେତ୍ରାଧିକାରରେ ଆସୁନାହିଁ । ସେଠାରେ ଏଫ୍ଆଇଆର୍ ବି ହୋଇପାରିବ ନାହିଁ । ଏହାକୁ ରାଜନୈତିକ ମାମଲାରେ ପରିଣତ କରାଯାଇଛି ।
ଅନ୍ୟପକ୍ଷରେ ସୁଶାନ୍ତଙ୍କ ପିତାଙ୍କ ଓକିଲ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ମହାରାଷ୍ଟ୍ର ପୁଲିସ ତଦନ୍ତକୁ ବ୍ୟାପକ କରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରିବାରେ ଲାଗିଛି । ତେଣୁ ବିହାର ପୁଲିସ ଦ୍ୱାରା ତଦନ୍ତ ଆରମ୍ଭ କରାଯାଇଥିଲା । କିନ୍ତୁ ମୁମ୍ୱାଇ ପୁଲିସ ସେମାନଙ୍କୁ ଆଦୌ ସହଯୋଗ କରୁନାହିଁ । ଏମିତି କି ତଦନ୍ତ ପାଇଁ ଯାଇଥିବା ପାଟନା ସହର ଏସ୍ପି ବିନୟ ତିୱାରୀଙ୍କୁ ମୁମ୍ୱାଇରେ ବିଏମ୍ସି ଦ୍ୱାରା କ୍ୱାରେଣ୍ଟାଇନ କରାଯାଇଛି । ମୁମ୍ୱାଇ ପୁଲିସ ପେସାଗତ ଦୃଷ୍ଟିରୁ ଭଲ ଥିବା କୁହଯାଉଥିବା ବେଳେ ଏହି ମାମଲାରେ କିନ୍ତୁ ଏହା ପଛଘୁଞ୍ଚା ଦେଉଛି ।
ବଲିଉଡ ଅଭିନେତା ସୁଶାନ୍ତଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାରେ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ ଏହି ଘଟଣାରେ ସତ ସାମ୍ନାକୁ ଆସିବା ଦରକାର । ବିଚାରପତି ହୃଷିକେଶ ରୟଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଆଜି ଏସମ୍ପର୍କିତ ଅନେକ ଗୁଡିଏ ଆବେଦନ ଉପରେ ବିଚାର କରିଥିଲେ ।
ମାମଲାର ତଦନ୍ତ କରିବାକୁ ମୁମ୍ବାଇ ଯାଇଥିବା ବିହାରର ଜଣେ ଆଇପିଏସ ଅଧିକାରୀଙ୍କୁ ସେଠାରେ କ୍ୱାରେଣ୍ଟାଇନରେ ରଖାଯାଇଥିବାରୁ ସୁପ୍ରିମକୋର୍ଟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏଥିରୁ ଭୁଲ ସନେ୍ଦଶ ଯାଉଛି । ଉକ୍ତ ଅଧିକାରୀ ଜଣକ ସରକାରଙ୍କ ନିଦେ୍ର୍ଧଶରେ ନିଜର ଡୁ୍ୟଟି କରିବାକୁ ଯାଇଥିଲେ । ବିଏମସିକୁ ଏ କ୍ଷେତ୍ରରେ ଅଧିକ ପେସାଦାର ମନୋବୃତ୍ତି ଦେଖାଇବାର ଥିଲା । ଏହାପରେ ବିଚାରପତି କହିଥିଲେ ଯେ ଏହି ଘଟଣାରେ ସତ ସାମ୍ନାକୁ ଆସିବା ଉଚିତ୍ । ଜଣେ ପ୍ରତିଭାସମ୍ପନ୍ନ କଳାକାରଙ୍କ ଅସ୍ୱାଭାବିକ ପରିସ୍ଥିତିରେ ମୃତୁ୍ୟ ହୋଇଛି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହା ସାମ୍ନାକୁ ଆସିବା ଦରକାର ।
ଏହି ମାମଲାରେ ବିବାଦୀୟ ହୋଇପଡିଥିବା ରିୟା ଚକ୍ରବର୍ତ୍ତୀ ଦାବି କରିଥିଲେ ଯେ ଏହି ମାମଲାକୁ ବିହାର ପୁଲିସ ହାତରୁ କାଢି ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଉ । ସୁପ୍ରିମକୋର୍ଟ କିନ୍ତୁ ତାଙ୍କୁ ଗିରଫଦାରିରୁ ରକ୍ଷା କରିବା ପାଇଁ କୌଣସି ପ୍ରକାର ନିଦେ୍ର୍ଧଶ ଦେବାକୁ ମନା କରିଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ପିତା କୃଷ୍ଣକିଶୋର ସିଂହ ଜୁଲାଇ ୨୬ରେ ପାଟନାର ରାଜୀବ ନଗର ଥାନାରେ ରିୟା ଏବଂ ତାଙ୍କ ପରିବାରର ୩ ସଦସ୍ୟ ଓ ୨ ଜଣ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଇଥିଲେ । ସୁଶାନ୍ତଙ୍କଠାରୁ ଟଙ୍କା ଠକିନେବା, ବ୍ଲାକମେଲ କରିବା, ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ପ୍ରତାରଣା ଆଦି ଅଭିଯୋଗ ଆଣିଥିଲେ ସିଂହ । ଏହାପରେ ବିହାର ପୁଲିସର ୪ ଜଣିଆ ପୁଲିସ ଟିମ୍ ମୁମ୍ୱାଇରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ମୁମ୍ୱାଇ ପୁଲିସ କୌଣସି ପ୍ରକାର ସହଯୋଗ କରୁନାହିଁ । ଏମିତି କି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବି ବିହାର ପୁଲିସକୁ ଦିଆଯାଉ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons