ଅନୈତିକ କାମ ସନେ୍ଦହରେ ୨ଯୁବକଙ୍କୁ ଗଛରେ ବାନ୍ଧିଲେ, ଛେଚିଲେ ଗାଁ ଲୋକେ

Get real time updates directly on you device, subscribe now.

ଜଗତସିଂପୁର: ବିବାହିତ ମହିଳାଙ୍କ ଘରକୁ ରାତିରେ ଆସିଥିଲେ ଦୁଇ ଯୁବକ । ସେମାନଙ୍କୁ ଆପତ୍ତିଜନକ ଦ୍ରବ୍ୟ ସହ ଧରିଲେ ଗାଁ ଲୋକେ । ଦୁହିଁଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିବା ସହ ରାତିସାରା ଗଛରେ ବାନ୍ଧି ରଖିଥିଲେ ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ଅନ୍ତର୍ଗତ କାଳିନାଗ ଖାନଚନ୍ଦ୍ରପୁର ଗ୍ରାମରେ।
ସୂଚନାନୁସାରେ, କାଳିନାଗ ଖାନଚନ୍ଦ୍ରପୁର ଗ୍ରାମର ସ୍ୱାମୀ ଘରେ ରହୁନଥିବା ଜନୈକା ମହିଳାଙ୍କ ଘରକୁ ଦୈନିକ କିଛି ଅପରିଚିତ ଯୁବକ ଆସିଥାନ୍ତି। ଗ୍ରାମରେ କିଛି ଦିନ ହେଲା ଛୋଟମୋଟ ଚୋରି ହେଉଥିଲା। ଗୁରୁବାର ରାତିରେ ଦୁଇଜଣ ସନ୍ଦିଗ୍ଧ ଯୁବକ କଥିତ ମହିଳାଙ୍କ ଘରକୁ ଆସି ଦୀର୍ଘ ସମୟ ରହିଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ ଏବଂ ଦୁଇ ଯୁବକଙ୍କୁ ଧରି ଆଣି ପଚରାଉଚରା କରିଥିଲେ। ସେମାନଙ୍କ ପକେଟରୁ କିଛି ଆପତ୍ତିଜନକ ଦ୍ରବ୍ୟ ବାହାରିବାରୁ ଗ୍ରାମବାସୀ ସେହି ଦୁଇ ଯୁବକଙ୍କୁ ରାତିସାରା ଗୋଟିଏ ଗଛରେ ବାନ୍ଧିପକାଇଥିଲେ। ଏହାପରେ ସେ ଦୁହିଁଙ୍କୁ ନିର୍ଦ୍ଧୁମ ଛେଚିଥିବା ଜଣାଯାଇଛି ।
ଖବରପାଇ କନକପୁର ଫାଣ୍ଡି ପୋଲିସ ପହଞ୍ଚି ଯୁବକ ଦୁହିଁଙ୍କୁ ଉଦ୍ଧାର କରି ଫାଣ୍ଡିକୁ ନେଇଥିବା ଜଣାପଡିଛି।ଦୁଇ ଯୁବକ ମୁଳିସିଂ ପଞ୍ଚାୟତ ହରିସିଂହପୁର ଗ୍ରାମର ବୋଲି ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons