ଭେଙ୍କଟରାୟପୁର ଗ୍ରାମକୁ ୟୁନେସ୍କୋ ମାନ୍ୟତା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଭର୍ଚୁଆଲ୍ କାର୍ଯ୍ୟକ୍ରମ ଅନୁÂିତ ହୋଇଛି । ଏହା ମାଧ୍ୟମରେ ଜିଲ୍ଲାର ଭେଙ୍କଟରାୟପୁର (ବକ୍ସିପଲ୍ଲୀ) ଗ୍ରାମକୁ ସୁନାମୀ ପ୍ରସ୍ତୁତି ଦୃଷ୍ଟିରୁ ମାଇଲ୍ଖୁଣ୍ଟ ଭାବେ ୟୁନେସ୍କୋ- ଆଇଓସି (ଇଣ୍ଟର୍ ଗଭର୍ଣ୍ଣମେଣ୍ଟାଲ୍ ଓସିନୋଗ୍ରାଫିକ୍ କମିଶନ୍) ଦ୍ୱାରା ସୁନାମୀ ପରିଚାଳନା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ଭେଙ୍କଟରାୟପୁରକୁ ଦେଶରର ପ୍ରଥମ ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ଘୋଷଣା କରାଯାଇଛି ।
କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସ) ଅନ୍ତର୍ଗତ ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର୍ ଫର୍ ଓସିନ୍ ଇନ୍ଫର୍ମେସନ୍ ସର୍ଭିସ୍, ଇଣ୍ଡିଆନ୍ ଓସିନ୍ ସୁନାମୀ ୱାର୍ଣ୍ଣିଂ ଆଣ୍ଡ୍ ମିଟିଗେସନ୍ ସିଷ୍ଟମ୍ (ଜାକର୍ତ୍ତା, ଇଣ୍ଡୋନେସିଆ), ଇଣ୍ଡିଆନ୍ ଓସିନ୍ ସୁନାମୀ ଇନ୍ଫର୍ମେସନ୍ ସେଣ୍ଟର୍ ଅଫ୍ ଦ ଇଣ୍ଟର୍ ଗଭର୍ଣ୍ଣମେଣ୍ଟାଲ୍ ଓସିନୋଗ୍ରାଫିକ୍ କମିଶନ୍ ଅଫ୍ ୟୁନେସ୍କୋ ଦ୍ୱାରା ଭେଙ୍କଟରାୟପୁର ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏହି ଅନ୍ତର୍ଜାତୀୟ ପୁରସ୍କାର ଦିଆଯାଇଛି । ଭେଙ୍କଟରାୟପୁର କମୁ୍ୟନିଟି ସମ୍ପାଦକ କେ.ଆପ୍ପା ରାଓ ଏବଂ କମୁ୍ୟନିଟି ଲିଡର୍ ଡି. ପଦ୍ମନାଭମ୍ଙ୍କୁ ୟୁନେସ୍କୋ ତରଫରୁ ମାନପତ୍ର ଓ ପୁରସ୍କାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ଦିଆଯାଇ ଥିଲା । କମୁ୍ୟନିଟିକୁ ଏଥିପାଇଁ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ମନ୍ତ୍ରଣାଳୟ ସଚିବ ଏମ୍. ରାଜିବନ୍ । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିÂାନ (ନୂଆଦିଲ୍ଲୀ) ସଦସ୍ୟ ଜିଭିଭି ଶର୍ମା, ଓସ୍ଡମା ପରିଚାଳନା ନିଦେ୍ର୍ଧଶକ, ମୁଖ୍ୟ ସାଧାରଣ ପରିଚାଳକ ଓ ଅନ୍ୟ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
ଗତ ଡିସେମ୍ବର ୧୩ ତାରିଖ ଦିନ ଅନ୍ତର୍ଜାତୀୟ ଓ ଜାତୀୟସ୍ତରୀୟ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ । ଭେଙ୍କଟରାୟପୁର ଗ୍ରାମବାସୀଗଣ ଯଦି ସୁନାମୀ ଆସେ ତେବେ କେତେଦୂର ପ୍ରସ୍ତୁତ ତାହା ପରୀକ୍ଷଣ କରିଥିଲେ । ଗ୍ରାମବାସୀ କିଭଳି ଯୋଜନା କରିଛନ୍ତି ଏବଂ କିପରି ଗ୍ରାମ୍ୟ ଲୋକଙ୍କୁ ସଚେତନତା ବାର୍ତ୍ତା ଦ୍ୱାରା ସଜାଗ କରିହେବ ତାହାର ତଦାରଖ କରିଥିଲେ । ଗାଁ ଲୋକ ନିଜ ବହୁମୂଲ୍ୟ ଜୀବନକୁ ବଞ୍ଚାଇବା କ୍ଷେତ୍ରରେ କିଭଳି ଓ କେତେଦୂର ପ୍ରସ୍ତୁତ, କେଉଁ ରାସ୍ତା ଦେଇ ଉଚ୍ଚ ସ୍ଥାନକୁ ଯିବେ ତାହା ମଧ୍ୟ ପରଖିଥିଲା ପ୍ରତିନିଧିଦଳ । ଭାରତ ମହାସାଗର ଅଞ୍ଚଳରେ ଥିବା ୫୦ଟି ଦେଶ ମଧ୍ୟରେ ଭାରତ ଏବଂ ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ହାସଲ କରିଛି ।
ଗଞ୍ଜାମ ଜିଲ୍ଲା ବାତ୍ୟା ହେଉ କିମ୍ବା ବନ୍ୟା ତାହାକୁ ସଫଳତାର ସହ ମୁକାବିଲା କରି ଆସିଛି । ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ଲୋକଙ୍କ ଧନଜୀବନ ସୁରକ୍ଷା ଦିଧେର ପୂର୍ବ ପ୍ରସ୍ତୁତି ହିଁ ଏକମାତ୍ର ଆଧାର । ରଙ୍ଗେଇଲୁଣ୍ଡା ବ୍ଲକ୍ର ଭେଙ୍କଟରାୟପୁର ଗ୍ରାମର ଏହି ସଫଳତା ପାଇଁ ଆଜି ଗଞ୍ଜାମ ଗର୍ବିତ ବୋଲି ମତବ୍ୟକ୍ତ କରିଛି ଜିଲ୍ଲା ପ୍ରଶାସନ । ଗୋÂୀଗତ ସଚେତନତା ଦ୍ୱାରା ଯେକୌଣସି ବିପର୍ଯ୍ୟୟର ମୁକାବିଲା କରିପାରିବା । ସୁନାମୀକୁ ନେଇ ଭେଙ୍କଟରାୟପୁର ଗ୍ରାମବାସୀଙ୍କ ଜ୍ଞାନବୃଦ୍ଧି ଘଟିଛି । ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଜିଲ୍ଲା ପାଇଁ କୀର୍ତ୍ତି ଅର୍ଜନ କରିପାରିଛନ୍ତି । ଏଥିଯୋଗୁଁ ଗ୍ରାମବାସୀ ଗର୍ବିତ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲାସ୍ତରୀୟ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବrିପଲ୍ଲୀ ସରପଞ୍ଚ ଡି.ଜ୍ୟୋତି, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ଡ. ଦିବ୍ୟଲୋଚନ ମହାନ୍ତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons