ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ମହାମାରୀର ଆତଙ୍କ ବେଳେ ଗଞ୍ଜାମ ଜିଲ୍ଲା ପାଲଟିଛି ହଟ୍ସ୍ପଟ୍ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ପ୍ରତି ସବୁଠାରୁ ଅଧିକ ଫୋକସ୍ କରିଛନ୍ତି । କୋଭିଡ୍ ପରିଚାଳନାରେ ଗଞ୍ଜାମ ଜିଲ୍ଲା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । ଶୁକ୍ରବାର ସ୍ଥାନୀୟ ସର୍କିଟ୍ ହାଉସ୍ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆୟୋଜିତ ଗଣମାଧ୍ୟମ ସମ୍ପର୍କ କାର୍ଯ୍ୟକ୍ରମରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।
ସେ ଆହୁରି କହିଛନ୍ତି ଯେ- ଖୁବ କମ ଦିନ ଭିତରେ ଦୁଇ ଦୁଇଟି କୋଭିଡ୍ ହସ୍ପିଟାଲ୍ ସ୍ଥାପନା ସମେତ ଆବଶ୍ୟକତା ମୁତାବକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ସାଙ୍ଗକୁ ବ୍ରହ୍ମପୁରରେ ଥିବା କୋଭିଡ୍ କେୟାର୍ ସେଣ୍ଟର୍ଗୁଡିକର ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏତେବଡ ବିପଦକୁ ସାମ୍ନା କରିବା ବେଳେ କେତେକ ସମସ୍ୟା ମଧ୍ୟ ରହିଛି । ଏହାକୁ ଅତିକ୍ରମ କରି ଆଗକୁ ବଢିବାକୁ ପଡିବ । ଗଞ୍ଜାମ ଜିଲ୍ଲାବାସୀ ଓ ଗଣମାଧ୍ୟମ ପୂର୍ବପରି ଏ କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ମିଡିଆ ପରାମର୍ଶଦାତା ମଙ୍ଗରାଜ ।
ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନାରେ ଥିବା ସମସ୍ୟା, ଜିଲ୍ଲା ପ୍ରଶାସନ, ପୁଲିସ ଓ ପ୍ରେସ୍ ମଧ୍ୟରେ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବରିÂ ସାମ୍ବାଦିକଙ୍କ ଠାରୁ ସୁଚିିନ୍ତିତ ମତାମତ ମଧ୍ୟ ସଂଗ୍ରହ କରିଥିଲେ । ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ ତୁରନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଶ୍ୱସନା ଦେଇଛନ୍ତି ସେ । ଗଞ୍ଜାମରେ ପ୍ରଶାସନିକ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଗ୍ରାମାଞ୍ଚଳ ଜନ ପ୍ରତିନିଧିମାନେ ଗତ ୪ ମାସ ଧରି ଅହରହ କୋଭିଡ୍ ବିରୋଧରେ ଲଢେଇ କରି ଚାଲିଛନ୍ତି । ଆଜି ଏହା ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଅଗଷ୍ଟ ମାସ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଏକ ଶୁଭ ସୂଚନା ବୋଲି କହିଥିଲେ ସେ । ପ୍ରତ୍ୟେକ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜକୁ କୋଭିଡ୍ ଯୋଦ୍ଧା ଭାବେ ବିବେଚନା କରି ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ପରସ୍ପରକୁ ସହଯୋଗର ହାତ ବଢାଇକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ।
Comments are closed, but trackbacks and pingbacks are open.