ବିଦୁ୍ୟତ୍ ଆଘାତରେ ମା’ ଓ ବିବାହିତ ଝିଅ ମୃତ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ବିଜାତଳା ବ୍ଲକ ଖଣ୍ଡାଡେରା ତାଳଡ଼ିହା ଗ୍ରାମର ଜଣେ ମହିଳା ଓ ତାଙ୍କ ବିବାହିତା ଝିଅଙ୍କ ବିଦୁ୍ୟତ୍ ଆଘାତରେ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ଗୁନା କିସ୍କୁଙ୍କ ପତ୍ନୀ ବାଙ୍ଗି କିସ୍କୁ(୬୦) ଏବଂ ତାଙ୍କ ଝିଅ ରାଇମାତ ହେମ୍ବ୍ରମ(୨୩) ।
ରାଇମାତ ତିରିଂ ଥାନା ଝରାଡ଼ି ଫାଣ୍ଡି କେନ୍ଦୁଆ ଗ୍ରାମରେ ବିବାହ କରିଥିବା ବେଳେ କିଛିଦିନ ହେଲା ନିଜ ବାପଘରେ ରହିଥିଲେ । ବୁଧବାର ସନ୍ଧ୍ୟାରେ ଉଭୟ ମା’ ଝିଅ ଶୌଚ ପାଇଁ ଯାଉଥିବା ବେଳେ ଘର ପଛରେ ଥିବା ବିଦୁ୍ୟତ୍ ଏଲ୍ଟି ଖୁଣ୍ଟର ଷ୍ଟେ’ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦୁ୍ୟତ୍ ଆଘାତରେ ଉଭୟଙ୍କର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଉପଖଣ୍ଡରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ପରିବାର ଓ ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିଲେ । ଆଜି ଘର ପଛ ପଟେ ଉଭୟଙ୍କ ମୃତଦେହ ଦେଖି ଫାଣ୍ଡିରେ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଥିଲା । ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରାଇରଙ୍ଗପୁରକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଗତକାଲି ସନ୍ଧ୍ୟାରେ ଘଟଣା ଘଟିଥିଲେ ମଧ୍ୟ ବହୁ ବିଳମ୍ବରେ ମାଜିଷ୍ଟେ୍ରଟ ପହଞ୍ଚିବା ଓ ବିଦୁ୍ୟତ୍ ବିଭାଗର ଖାମଖିଆଲିରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons