ମୁମ୍ବାଇ ପୁଲିସ ସହ ରିୟାଙ୍କ ଲିଙ୍କ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କ କଲ୍ ରେକର୍ଡ ସମ୍ପର୍କିତ ତଥ୍ୟ ଏବେ ସାର୍ବଜନୀନ ହୋଇଛି । ଏଥିରୁ ଜଣାପଡିଛି କି ମୁମ୍ବାଇ ପୁଲିସର ଜଣେ ବରିÂ ଅଧିକାରୀଙ୍କ ସହ ତାଙ୍କର ସିଧାସଳଖ ଲିଙ୍କ୍ ଥିଲା । ଉକ୍ତ ଅଧିକାରୀ ଜଣକ ହେଉଛନ୍ତି ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେ । ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରେ ରିୟା ଓ ତ୍ରିମୁଖେ ପରସ୍ପର ସହିତ ୪ ଥର ଫୋନ ଯୋଗେ କଥା ହୋଇଥିଲାବେଳେ ଥରେ ରିୟା ତାଙ୍କ ନିକଟକୁ ଏସଏମଏସ ବି ପଠାଇଥିଲେ । ସୁଶାନ୍ତଙ୍କ ମୃତୁ୍ୟ ପରେ ମୁମ୍ବାଇ ପୁଲିସ ବିଭିନ୍ନ ଲୋକଙ୍କୁ ପଚରାଉଚୁରା ଜାରି ରଖିଥିଲାବେଳେ ଏହି କଥାବାର୍ତ୍ତା ହୋଇଥିଲା । ସୁଶାନ୍ତଙ୍କ ମୃତୁ୍ୟ ପଛରେ ରିୟାଙ୍କ ସନେ୍ଦହଜନକ ଭୂମିକାକୁ ନେଇ ଆରମ୍ଭରୁ ଚର୍ଚ୍ଚା ହେଉଥିଲାବେଳେ କେଉଁ କାରଣରୁ ଜଣେ ବରିÂ ପୁଲିସ ଅଧିକାରୀ ତାଙ୍କ ସହିତ ବାରମ୍ବାର ଯୋଗାଯୋଗ କରିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମାମଲାକୁ ମୁମ୍ବାଇ ପୁଲିସ ଦବାଇବାକୁ ପ୍ରୟାସ କରୁଛି ବୋଲି ମୂଳରୁ ଅଭିଯୋଗ ହୋଇଆସୁଛି । ଏହା ତାହାର ଏକ ପ୍ରମାଣ ବୋଲି ଅନେକ ସନେ୍ଦହ କରୁଛନ୍ତି ।
ସିବିଆଇ ଯାଞ୍ଚ ପାଇଁ ଦାବି କଲେ, ପରେ ବିରୋଧ କଲେ
ସୁଶାନ୍ତଙ୍କ ମୃତୁ୍ୟର ମାସକ ପରେ ରିୟା ସୋସିଆଲ ମିଡିଆ ଜରିଆରେ ଏହାର ସିବିଆଇ ଦ୍ୱାରା ଯାଞ୍ଚ କରିବା ପାଇଁ ଦାବି କରିଥିଲେ । କିନ୍ତୁ କେନ୍ଦ୍ର ସରକାର ସିବିଆଇ ଯାଞ୍ଚ ପାଇଁ ବିଜ୍ଞପ୍ତି ଜାରି କରିବା ପରେ ରିୟା ଏହାର ଜୋରଦାର ବିରୋଧ କରିଥିଲେ । ସେ ପୁଣି ବୟାନ ଜାରି କଲେ ଯେ ବିହାର ସରକାର ଏହି ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିପାରିବେ ନାହିଁ । କାରଣ ଏହି ଘଟଣା ମହାରାଷ୍ଟ୍ରରେ ଘଟିଛି । ସେହିପରି କେନ୍ଦ୍ର ସରକାର ସିବିଆଇ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇ ଦେଶର ସଂଘୀୟ ବ୍ୟବସ୍ଥାର ଅବମାନନା କରିଛନ୍ତି ।
ସୁଶାନ୍ତଙ୍କ ଠାରୁ କୋଟି କୋଟି ଟଙ୍କା ନେଇଛନ୍ତି ରିୟା
ବିହାର ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଅଭିଯୋଗ କରିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକେ ସୁଶାନ୍ତ ସିଂଙ୍କ ଠାରୁ କୋଟି କୋଟି ଟଙ୍କା ଧପେଇ ନେଇଛନ୍ତି । ଟଙ୍କା ନେବା ପରେ ସେମାନେ ସୁଶାନ୍ତଙ୍କ ମାନସିକ ଅବସ୍ଥା ଭଲନଥିବାର ସମସ୍ତଙ୍କୁ ଜଣାଉଥିଲେ । ସେହିପରି ରିୟା ଉଦେ୍ଧଶ୍ୟମୂଳକ ଭାବେ ସୁଶାନ୍ତଙ୍କୁ କିଛି ମେଡିସିନର ଓଭରଡୋଜ୍ ଦେଉଥିଲେ । କେବଳ ସୁଶାନ୍ତଙ୍କ ଟଙ୍କା ହାସଲ କରିବା ଉଦେ୍ଧଶ୍ୟରେ ରିୟା ତାଙ୍କ ସହ ସମ୍ପର୍କ ଯୋଡିଥିଲେ । ସୁଶାନ୍ତଙ୍କ ପିତାଙ୍କ ଦ୍ୱାରା ଦାୟର ମାମଲାକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଦାବି କରି ରିୟା ଦାୟର କରିଥିବା ମାମଲାରେ ବିହାର ସରକାର ଏପରି ସତ୍ୟପାଠ ଦାଖଲ କରିଛନ୍ତି । ଏହି ମାମଲାରେ ପକ୍ଷ ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବି ଏକ ଆବେଦନ ଦାଖଲ କରାଯାଇଛି ।
ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଡିଜିଟାଲ ପ୍ରୋଟେଷ୍ଟ
ସୁଶାନ୍ତ ସିଂ ଅଗଣିତ ପ୍ରଂଶସକ ଆଜି ସୋସିଆଲ ମିଡିଆ ଜରିଆରେ ନିଜର କ୍ଷୋଭ ଜାହିର କରିଛନ୍ତି ଏବଂ ଏହି ଘଟଣାରେ ନ୍ୟାୟ ପାଇଁ ଦାବି କରିଛନ୍ତି । ସୁଶାନ୍ତଙ୍କ ମୃତୁ୍ୟ ପର ଠାରୁ ଦ୍ୱିତୀୟ ଥର ପାଇଁ ଏଭଳି ଡିଜିଟାଲ ପ୍ରୋଟେଷ୍ଟ ଆୟୋଜିତ ହୋଇଛି । ଇସକରନ ସିଂ ଭଣ୍ଡାରୀ ନାମକ ଜଣେ ଓକିଲ ଏହି ଆନେ୍ଦାଳନର ନେତୃତ୍ୱ ନେଉଛନ୍ତି । ‘ୱାରିଅରସଫରଏସଏସଆର’ ନାମକ ହ୍ୟାସଟ୍ୟାଗ୍ ଜରିଆରେ ହଜାର ହଜାର ଲୋକ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ଆଇପିଏସ ବିନୟ ତିୱାରୀ ପାଟନା ଫେରିଲେ
ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖାଯାଇଥିବା ବିହାର ଆଇପିଏସ ଅଧିକାରୀ ବିନୟ ତିୱାରୀଙ୍କୁ ଶୁକ୍ରବାର ବିଏମସି ଏଥିରୁ ମୁକ୍ତ କରିବା ପରେ ସେ ପାଟନା ଫେରିଆସିଛନ୍ତି । ପାଟନାରେ ପହଞ୍ଚôବା ପରେ ସେ ମିଡିଆକର୍ମୀଙ୍କୁ କହିଛନ୍ତି ଯେ ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇନଥିଲା ବରଂ ଏହି ମାମଲାର ତଦନ୍ତକୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ସୂଚନାଯୋଗ୍ୟ ଯେ, ସେ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବା ପାଇଁ ମୁମ୍ବାଇ ଯାଇଥିଲାବେଳେ ଏହାକୁ ପ୍ରଭାବିତ କରିବା ଲକ୍ଷ୍ୟରେ ବିଏମସି ତାଙ୍କ ବିରୋଧରେ ଏପରି ପଦକ୍ଷେପ ନେଇଥିଲା । ସୁପ୍ରିମକୋର୍ଟ ବି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons