୯ ମାସ ହେଲା ମିଳୁନି ଦରମା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିଳ୍ପ ବିରଳା ଟାୟାର୍ସ ବନ୍ଦ । ଦିନ ଥିଲା ବିର୍ଲା ଟାୟାର୍ସକୁ ବାଲେଶ୍ୱର ଜିଲ୍ଲା ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିଲା । ଏହି ବୃହତ୍ତ ଶିଳ୍ପ କେବଳ ଜିଲ୍ଲାର ଅର୍ଥନୀତିକୁ ନିୟନ୍ତ୍ରଣ କରୁନଥିଲା, ବରଂ ଉତ୍ତର ଓଡ଼ିଶାରେ କର୍ମନିଯୁକ୍ତି ସୃଷ୍ଟି କରିଥିଲା । ଏବେ ଏହି ବୃହତ୍ତ କମ୍ପାନି ବନ୍ଦ ହେବା ଅବସ୍ଥାରେ । ଏଠାରେ କାମ କରୁଥିବା ୫ ହଜାର ଶ୍ରମିକ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ବିର୍ଲା କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଜିଲ୍ଲା ପ୍ରଶାସନର ଉଦାସୀନତା ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ଦେଇଛି ।
ବାଲେଶ୍ୱରରେ ଯେଉଁ କେତୋଟି ବଡ଼ବଡ଼ ଶିଳ୍ପାନୁÂାନ ଅଛି, ସେଥିମଧ୍ୟରୁ ବିର୍ଲା ଟାୟାର୍ସ ଅନ୍ୟତମ । ଏହାକୁ ସେତେବେଳେ କର୍ମ ନିଯୁକ୍ତିର ହବ୍ ବୋଲି କୁହଯାଉଥିଲା । ଠିକାଦାର, ଠିକା କର୍ମଚାରୀ, ସ୍ଥାୟୀ କର୍ମଚାରୀ, ଅଫିସରଙ୍କ ସମେତ ଏଠାରେ ୫ ହଜାର କର୍ମଚାରୀ କାର୍ଯ୍ୟ କରୁଥିଲେ । ସିଫ୍ଟ ଅନୁଯାୟୀ କାର୍ଯ୍ୟ ହେଉଥିଲା । ଏଠାରୁ ଉପôାଦିତ ଟାୟାର ଦେଶ, ବିଦେଶରେ ବେଶ ସୁନାମ ଅର୍ଜନ କରିଥିଲା । ଏହି କାରଖାନା ବାଲେଶ୍ୱର ସହରକୁ ଏକ ନୂଆ ରୂପରେଖ ବି ଦେଇଥିଲା । ସବୁ କିଛି ଠିକ୍ଠାକ୍ ଚାଲିଥିବାବେଳେ କମ୍ପାନି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଅବହେଳା ଯୋଗୁଁ କମ୍ପାନି ଦୁର୍ଦ୍ଧିନରେ ଗତି କରିଥିଲା ।
୨୦୧୬-୧୭ଠାରୁ ଅବସ୍ଥା ଶୋଚନୀୟ ହୋଇଗଲା । ସେବେଠାରୁ ଅଧିକାଂଶ ଦିନ କମ୍ପାନି ବନ୍ଦ ରହୁଥିଲା । ତେବେ ପ୍ରାୟ ବର୍ଷେ ହେବ ଏହା ଶୋଚନୀୟ ଅବସ୍ଥା ଦେଇ ଗତି କରୁଥିଲା । ମାସକୁ ୧୦ ଦିନ ବି କାରଖାନା ଚାଲୁନଥିଲା । ଗତ ୯ ମାସ ହେବ କମ୍ପାନି ବନ୍ଦ ରହିଛି । କର୍ମଚାରୀଙ୍କୁ ଦରମା ମିଳିନି । ସେମାନେ ହାତ ଟେକି ବସିଛନ୍ତି । ଅଭାବ ଅଭାବ ଅନଟନରେ ପରିବାର ଚଳାଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତେ୍ୱ ଜିଲ୍ଲା ପ୍ରଶାସନ କିମ୍ବା କମ୍ପାନି କର୍ତ୍ତୃପକ୍ଷ କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି ।
କମ୍ପାନି ଉପରେ ଶ୍ରମିକଙ୍କ ଦରମା ବାକି ପଡ଼ିଛି । ବାରମ୍ବାର ଅଭିଯୋଗ ସତ୍ତେ୍ୱ କମ୍ପାନି କର୍ତ୍ତୃପକ୍ଷ ଦରମା ଦେଉନାହାନ୍ତି । ଶ୍ରମିକଙ୍କ ସମସ୍ୟା ବୁଝିବା ପାଇଁ ଶ୍ରମିକ କଂଗ୍ରେସ, ହିନ୍ଦ୍ ମଜ୍ଦୁର ସଭା, ବିଜୁ ଶ୍ରମିକ ସଂଘ, ବିଜୁ ପଟ୍ଟନାୟକ କର୍ମଚାରୀ ସଭା, ବିର୍ଲା ଟାୟାର୍ସ ଏମ୍ପୋଇଜ ଆଣ୍ଡ ୱାର୍କର୍ସ ୟନିୟନ, ବିର୍ଲା ଟାୟାର୍ସ ଏମ୍ପେ୍ଲାଇଜ୍ ୟୁନିୟନ, ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିୟନ, ବିର୍ଲା କର୍ମଚାରୀ ଶ୍ରମିକ ସାମୁଖ୍ୟ ଭଳି ୯ଟି ଶ୍ରମିକ ସଙ୍ଗଠନ ଥିଲା । ଏହାର ଶ୍ରମିକ ନେତାମାନେ ଶ୍ରମିକଙ୍କ ପାଇଁ ସର୍ବଦା କାମ କରୁଥିବା ଡେଙ୍ଗୁରା ପିଟୁଥିଲେ । ଏଭଳି ସମୟରେ ସେମାନଙ୍କର ଦେଖା ମିଳୁନି । ଶ୍ରମିକ ନେତା ହେବା ପାଇଁ ସେତେବେଳେ ପ୍ରତିଯୋଗିତାରେ ସାମିଲ ହୋଇଥିବା ନେତାମାନେ ଏବେ ଉଭାନ ହୋଇ ଯାଇଛନ୍ତି । ଯଦିବା କାହାରି ଦେଖା ମିଳୁଛି, ଶ୍ରମିକଙ୍କ ସମସ୍ୟା ଶୁଣିବାକୁ ସେମାନଙ୍କ ପାଖରେ ସମୟ ନାହିଁ ।
ବିର୍ଲାର ୪.୫ କୋଟି ଟଙ୍କାର ବିଦୁ୍ୟତ୍ ବିଲ୍ ବାକି ରହିଛି । କମ୍ପାନି ପକ୍ଷରୁ ଏହା ପୈଠ ନ କରିବାରୁ ନେସ୍କୋ ଦୁଇଦିନ ତଳେ ବିଦୁ୍ୟତ୍ ଲାଇନ କାଟି ଦେଇଥିଲା । ଫଳରେ ବିର୍ଲା ପରିସରରେ ଥିବା କର୍ମଚାରୀ କଲୋନୀର ୫ଶହରୁ ଊଦ୍ଧ୍ୱର୍ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କମ୍ପାନି ଡିଜି ଚଲାଯାଇଥିଲା । ମାତ୍ର ସେଥିରେ ତେଲ ନ ଥିବାରୁ ମାତ୍ର ଘଣ୍ଟାକ ଭିତରେ ତାହା ବନ୍ଦ ହୋଇଯାଇଥିଲା ।
ଅନ୍ୟ ଉପାୟ ନ ପାଇ କର୍ମଚାରୀମାନେ ଶେଷରେ ନେସ୍କୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କାରଖାନାକୁ ବିଦୁ୍ୟତ ନ ଦେଇ ସେଠାରେ ବସବାସ କରୁଥିବା କର୍ମଚାରୀଙ୍କ କଲୋନିକୁ ବିଦୁ୍ୟତ୍ ସଂଯୋଗ କରିବାକୁ ନିବେଦନ କରିଥିଲେ । ବାକି ବିଦୁ୍ୟତ୍ ବିଲ୍ ପୈଠ କରିବା ପାଇଁ ସମୟ ଦେବା ପରେ ଏବେ କର୍ମଚାରୀ କଲୋନୀକୁ ବିଦୁ୍ୟତ୍ ସଂଯୋଗ କରାଯାଇଛି । ମାତ୍ର ଆଗାମୀ ଦିନରେ ପରିସ୍ଥିତି କ’ଣ ହେବ ସେ ନେଇ କଲୋନୀବାସୀ ଅନିଶ୍ଚିତତା ଭିତରେ ଅଛନ୍ତି ।
କମ୍ପାନି ଚାଲୁ କରିବା ସହ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ବିର୍ଲା ଟାୟାର୍ସ କର୍ତ୍ତୃପକ୍ଷ ମଧ୍ୟରେ ବାରମ୍ବାର ବୈଠକ ବସୁଛି । ଏହା କେବଳ ନାମକୁ ମାତ୍ର । ଏଥିରେ କୌଣସି ନିଷ୍କର୍ସ ବାହାରୁନି । ନିକଟରେ ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବସିଥିଲା । ମାତ୍ର କୌଣସି ନିଷ୍କର୍ସ ବାହାରି ନ ଥିଲା । ଶ୍ରମିକ, କର୍ମଚାରୀଙ୍କୁ ଖୁସି କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ତାରିଖ ପରେ ତାରିଖ ଦିଆଯାଉଛି । ବାଲେଶ୍ୱର ଜିଲ୍ଲାରେ ବଡ଼ ଶିଳ୍ପ ଭାବେ ଜଣାଶୁଣା ବିର୍ଲା ଟାୟାର୍ସକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons