୧୭ରେ ପାଟକୁରାରେ ଭୋଟଭିକ୍ଷା କରିବେ ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପାଟକୁରା ଲଢ଼େଇରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ୧୭ରେ ନବୀନ ରୋଡ ସୋ କରି ଭୋଟଭିକ୍ଷା କରିବେ । ବିଜେଡି ପକ୍ଷରୁ ଏ ସୂଚନା ମିଳିଛି ।
ପାଟକୁରାରେ ଆସନ୍ତା ୨୦ରେ ଭୋଟ ଗ୍ରହଣ କରାଯିବ । ଏଠାରେ ବିଜେଡି ଓ ବିଜେପି ବିଜୟୀ ହେବାକୁ ଦିନ ରାତି ଏକ କରି ଦେଇଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ହେଭିୱେଟ୍ ବିଜୟ ମହାପାତ୍ର । କଂଗ୍ରେସ ପକ୍ଷରୁ ଜୟନ୍ତ ମହାନ୍ତି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ପାଟକୁରା ଗଡ଼ ଦଖଲ କରିବାକୁ ବିଜେଡି ଓ ବିଜେପି କ୍ୟାମ୍ପ ପୂରା ଦମରେ ଲାଗିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ପାଇଁ ମଧ୍ୟ ଦଳର ବରିଷ୍ଠ ନେତାମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ନବୀନଙ୍କ ଭାବମୂର୍ତ୍ତି ସହ ଭୋଟ ଯୋଡ଼ି ହୋଇ ରହିଥିବାରୁ ସେ ନିଜେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୧୭ରେ ପ୍ରଚାର କରି ଭୋଟ ମାଗିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons