ଧର୍ମଗଡ଼,(ବି.ବି.ନୁ୍ୟଜ୍): ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ କିଛି ନୂଆ କଥା ନୁହେଁ । ହେଲେ ଉଚିତ ସମୟରେ ମତପାର୍ଥକ୍ୟ ଦୂର କରା ନଗଲେ ସାମାନ୍ୟ କଥାକଟି ବି ବେଳେବେଳେ ବିନାଶକାରୀ ପରିଣାମ ଆଣିଦେଇପାରେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏଭଳି ଏକ ପରିବାରରେ ଭାଇ ଭାଇ ମଧ୍ୟରେ ସାମାନ୍ୟ କଥାକୁ ନେଇ କଳି ସୃଷ୍ଟି ହେଲା । ସ୍ଥିତି କ୍ରମଶଃ ଉଗ୍ରରୂପ ନେଲା । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ପଥ ବାଛିନେଲା ସାନ ଭାଇ । ସାନ ଭାଇର ମୃତୁ୍ୟ ଖବର ପାଇ ପଶ୍ଚାତାପର ନିଅାଁରେ ଜଳିଲା ବଡ଼ଭାଇ । ଶେଷରେ ସେ ମଧ୍ୟ ଦେହରେ କିରାସିନି ଢାଲି ଆତ୍ମହତ୍ୟା ପଥରେ ଆଗେଇଗଲେ । ହେଲେ ସୌଭାଗ୍ୟବଶତଃ ଜୀବନ ରକ୍ଷା ହୋଇଗଲା । ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବଡ଼ଭାଇ । ଏଭଳି ଏକ ସ୍ପର୍ଶକାତର ଘଟଣା ଆଜି ଧର୍ମଗଡ଼ ଥାନାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନାମତେ, ଧର୍ମଗଡ଼ ଥାନା ରାଜମୋଟେର ଗାଁର ସନ୍ତୋଷ ଗହିରଙ୍କ ଦୁଇପୁଅ ରବୀନ୍ଦ୍ର ଗହିର (୨୩) ଓ ତୀର୍ଥରାଜ ଗହିର(ଲିଙ୍ଗ ଗହିର) (୧୯)ଙ୍କ ମଧ୍ୟରେ ଦୀର୍ଘଦିନ ଧରି କଳି ଲାଗି ରହିଥିଲା । ଶନିବାର ଏହି କଳି ଉଗ୍ରରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ସାନଭାଇ ଲିଙ୍ଗ ଏକ ସାଇକେଲ ଧରି ଘରୁ ବାହାରି ଯାଇଥିଲେ । ରାତିରେ ଖୋଜାଖୋଜି କରିବା ପରେ ରାଜମୋଟେର ଓ ଗୋଡ଼ଭଞ୍ଜା ମଝିରେ ‘ବିଜୁ ଏrପ୍ରେସ’ କଡ଼ରେ ନିଜ ଜମିରେ ଥିବା ଏକ ଗଛରେ ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଖବର ଶୁଣି ବଡ଼ ଭାଇ ରବୀନ୍ଦ୍ର ଭାଙ୍ଗି ପଡ଼ିଥିଲେ । ଏହାପରେ ଦେହରେ କିରାସିନ ଢାଳିହୋଇ ନିଅାଁ ଲଗାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ଖବର ପାଇ ଧର୍ମଗଡ଼ ପୁଲିସ ଲିଙ୍ଗର ଶବ ଜବତ କରି ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଲାଇଛି । ପ୍ରକାଶ ଯେ, ରବୀନ୍ଦ୍ର ଏବଂ ତୀର୍ଥ ବାପାମାଙ୍କ ମାତ୍ର ଦୁଇଟି ସନ୍ତାନ । ସାନ ପୁଅର ଅକାଳ ମୃତୁ୍ୟ ଏବଂ ବଡ଼ପୁଅର ଏଭଳି ଅବସ୍ଥା ଦେଖି ଏବେ ବୃଦ୍ଧ ବାପାମାଙ୍କ ଆଖିରୁ ଲୁହ ଶୁଖୁନାହିଁ ।
Comments are closed, but trackbacks and pingbacks are open.