୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ୍): ସୁନା ଶଙ୍ଖ ନାଁରେ ଠକେଇ ଅଭିଯୋଗରେ ଉମରକୋଟ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ଜଣ ହେଲେ ଧୋଡ୍ରା ଗାଁର ବସନ୍ତ ଭୋଇ ଓ ତାଙ୍କ ସହଯୋଗୀ । ସେମାନଙ୍କ ପାଖରୁ ୨ଟି ନକଲି ଶଙ୍ଖ, ୨ଟି ମୋବାଇଲ୍ ଫୋନ୍ ସହ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁନା ଶଙ୍ଖ ବିକ୍ରି କରିବା ଲାଗି ଧୋଡ୍ରା ଗାଁର ବସନ୍ତ ନୟାଗଡ ଜିଲ୍ଲା ଓଡଗାଁ ସୁନାମୁହିଁ ଗାଁର ଫକୀର ମୋହନ କରଙ୍କୁ ୨୦୧୯ ଜୁଲାଇ ୨୨ ତାରିଖରେ ଯୋଗାଯୋଗ କରିଥିଲେ । ଜମିରେ ଚାଷ କରୁଥିବା ସମୟରେ ଏକ ସୁନା ଶଙ୍ଖ ଜଣେ ବ୍ୟକ୍ତିଙ୍କଠାରୁ ପାଇଥିଲେ ବୋଲି ତାଙ୍କୁ କହିଥିଲେ । ଏହାକୁ କମ୍ ଦରରେ କିଣିନେବା ଲାଗି ଫକୀର ତାଙ୍କ ଅନ୍ୟ କେତେକ ବନ୍ଧୁଙ୍କ ସହ ଡିସେମ୍ବର ୨୭ ତାରିଖରେ ଧୋଡ୍ରା ଗାଁରେ ପହଞ୍ଚିଥିଲେ । ସୁନା ଶଙ୍ଖ ଦେଖି ମଧ୍ୟସ୍ଥି ବସନ୍ତଙ୍କ ସହାୟତାରେ ମୂଲଚାଲ କରିଥିଲେ । ୮ ଲକ୍ଷ ଟଙ୍କାରେ ଏହାକୁ ଫାଇନାଲ୍ କରି ଡିଲ୍ କରାଯାଇଥିଲା । ଗତ ୫ ତାରିଖରେ ବସନ୍ତଙ୍କ ମାଧ୍ୟମରେ ୮ ଲକ୍ଷ ଟଙ୍କା ଦେଇ ସୁନାଶଙ୍ଖ କିଣି ନେଇଥିଲେ । କିନ୍ତୁ ନୟାଗଡ ନେଇ ଯାଞ୍ଚ କରିବା ପରେ ଫକୀର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ତେଣୁ ଆଉ ଏକ ସୁନାଶଙ୍ଖ ବିକ୍ରି କରିବା ଲାଗି ପୁଣିଥରେ ବସନ୍ତଙ୍କ ସହ ସେ ଯୋଗାଯୋଗ କରିଥିବା ଉମରକୋଟ ଥାନାରେ ଏତଲାରେ ଦର୍ଶାଯାଇଛି । ଏତଲାକୁ ଭିତ୍ତିକରି ପୁଲିସ୍ ବସନ୍ତ ଭୋଇଙ୍କ ସମେତ ତାଙ୍କ ଜଣେ ସହଯୋଗୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି । ତେଣୁ ଗିରଫ ବ୍ୟକ୍ତିଙ୍କ ନାଁ ଗୋପନ ରଖାଯାଇଥିବା ଏସ୍ଡିପିଓ ହେମନ୍ତ କୁମାର ପାଢୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons