ନୂଆ ଅଡୁଆରେ ଅନିଲ ଅମ୍ବାନି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନିଙ୍କ ପାଇଁ ଏବେ ପୁଣି ଏକ ନୂଆ ଅଡୁଆ ସୃଷ୍ଟି ହୋଇଛି । ରିଲାଏନ୍ସ ଗ୍ରୁପ୍ କମ୍ପାନିରେ ହୋଇଥିବା ୫,୫୦୦ କୋଟି ଟଙ୍କାର କାରବାର ଉପରେ ସନ୍ଦେହ ଉପୁଜିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ କରାଯାଇଥିବା ଏକ ଯାଞ୍ଚ ପ୍ରକ୍ରିୟାରୁ ଏହି ସନ୍ଦିଗ୍ଧ କାରବାର ନଜରକୁ ଆସିଛି । ବର୍ତ୍ତମାନ ଏହାକୁ ନେଇ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି ।
ସୂଚନା ମୁତାବକ ରିଲାଏନ୍ସ କମ୍ୟୁନିକେସନ୍ସ, ରିଲାଏନ୍ସ ଟେଲିକମ୍ ଲିମିଟେଡ୍ ଏବଂ ରିଲାଏନ୍ସ ଟେଲିକମ୍ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ରେ ହୋଇଥିବା ପାଣ୍ଠି ପ୍ରବାହକୁ ଯାଞ୍ଚ କରାଯାଇଥିଲା । ରିଲାଏନ୍ସ ଗ୍ରୁପ୍ କମ୍ପାନିର ବିଭିନ୍ନ ଦେଣନେଣ, ଋଣ ଏବଂ ପ୍ରିଫରେନ୍ସିଆର ଚୁକ୍ତି ବାବଦରେ ଯାଞ୍ଚ କରାଯାଇଥିଲା । ଏଥିରେ ଗ୍ରୁପ୍ର କିଛି କର୍ମଚାରୀ ନିର୍ଦ୍ଦେଶକ ରହିଥିଲେ । ରିଲାଏନ୍ସ ଗ୍ରୁପ୍କୁ ପୂର୍ବରୁ ଅନିଲ ଧୀରୁଭାଇ ଅମ୍ବାନି ଗ୍ରୁପ୍ (ଏଡିଏଜି) ନାମରେ ପରିଚିତ ଥିଲା ।
୨୦୧୭ ମେ ଏବଂ ୨୦୧୮ ମାର୍ଚ୍ଚ ମଧ୍ୟରେ ହୋଇଥିବା କାରବାର ଉପରେ ହିଁ ଏଭଳି ସନ୍ଦେହ ଉପୁଜିଛି । ଏଥିଲାଗି ୧,୦୦,୦୦୦ ଏଣ୍ଟ୍ରିକୁ ଯାଞ୍ଚ କରାଯାଉଛି । ସମ୍ଭାବ୍ୟ ଅନ୍ୟତ୍ର ପାଣ୍ଠି ସ୍ଥାନାନ୍ତରଣ ଆଶଙ୍କା କରି ଏସ୍ବିଆଇ ଏବେ ଯାଞ୍ଚ ଚଳାଇଛି । ଜଣେ ଅଧିକାରୀ କହିଛନ୍ତି, ଏହି ରିପୋର୍ଟ ଏବେ କ୍ରେଡିଟର କମିଟି ନିକଟକୁ ପଠାଇ ଦିଆଯାଇଛି । ଏ ରିପୋର୍ଟକୁ ଆଧାର କରି ମ୍ୟାନେଜେମଣ୍ଟକୁ ପଚରାଉଚରା କରାଯାଉଛି । ସେ କହିଛନ୍ତି, ଯାଞ୍ଚ ବେଳେ ଏଭଳି କିଛି ଦେଣନେଣ ନଜରକୁ ଆସିଥିଲା, ଯାହାର କୌଣସି ଭିତ୍ତି ନାହିଁ । ଏ ନେଇ ଗଭୀର ଭାବେ ବିଶ୍ଳେଷଣ କରାଯିବା ପରେ ସବୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons